ଭୁବନେଶ୍ୱର, ରାଜ୍ୟରେ ଗୋଟିଏ ଦିନରେ ୮୦୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୯୬୧୩୨ କୁ ବୃଦ୍ଧି ପାଇଛି । ସେହିପରି ୧୮ ବର୍ଷରୁ ୭୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୨୬୯୦ ହୋଇଛି । ରାଜ୍ୟରେ ବର୍ତମାନ ସୁଦ୍ଧା ସକ୍ରିୟ ରୋଗୀଙ୍କ ସଂଖ୍ୟା ୪୨୬୨ ରହିଛି ।
ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୭୧ ଜଣ ସଂଗରୋଧରୁ ଓ ୩୩୩ ଜଣ ସ୍ଥାନୀୟ ସମ୍ପର୍କରୁ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୨୬ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲାରେ ୩ , ବାଲେଶ୍ୱର ଜିଲ୍ଲାରେ ୧୧, ବରଗଡ ଜିଲ୍ଲାରେ ୧, ଭଦ୍ରକ ଜିଲ୍ଲାରେ ୯, ବଲାଙ୍ଗୀର ଜିଲ୍ଲାରେ ୫, ବୌଦ୍ଧ ଜିଲ୍ଲାରେ ୨, କଟକ ଜିଲ୍ଲାରେ ୧୧୯. ଦେବଗଡ ଜିଲ୍ଲାରେ ୧, ଗଜପତି ଜିଲ୍ଲାରେ ୫, ଜଗତସିଂହପୁର ଜିଲ୍ଲାରେ ୁ ୧୮,ଯାଜପୁର ଜିଲ୍ଲାରେ ୧୯, ଝାରସୁଗୁଡା ଜିଲ୍ଲାରେ ୬ . କଳାହାଣ୍ଡି ଜିଲ୍ଲାରେ ୮, କନ୍ଧମାଳ ଜିଲ୍ଲାରେ ୧, କେନ୍ଦୁଝର ଜିଲ୍ଲାରେ ୫, ଖୋର୍ଧା ଜିଲ୍ଲାରେ ୩୦୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କୋରାପୁଟ ଜିଲ୍ଲାରେ ୬, ମାଲକାନଗିରି ଜିଲ୍ଲାରେ ୧, ମୟୁରଭଂଜ ଜିଲ୍ଲାରେ ୨୮, ନୟାଗଡ ଜିଲ୍ଲାରେ ୧୭, ନୂଆପଡା ଜିଲ୍ଲାରେ ୯, ପୁରୀ ଜିଲ୍ଲାରେ ୨୮, ରାୟଗଡା ଜିଲ୍ଲାରେ ୨, ସମ୍ବଲପୁର ଜିଲ୍ଲାରେ ୩୦ , ସୋନପୁୁର ଜିଲ୍ଲାରେ ୯ ,ସୁନ୍ଦରଗଡ ଜିଲ୍ଲାରେ ୮୦ ଓ ଷ୍ଟେଟ ପୁଲରେ ୭୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅବଶିଷ୍ଟ ୪ ଟି ଜିଲ୍ଲାରୁ ଜଣେ ହେଲେ ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି ।