ମାଲକାନଗିରି,ମାଲକାନଗିରି ଜିଲ୍ଲାରେ ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୩୪୮.୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଜିଲ୍ଲାରେ ହାରାହାରି ୪୯. ୭୯ ମିଲିମିଟର ବର୍ଷା ହୋଇଛି। ଏହି ସମୟ ମଧ୍ୟରେ ଜିଲ୍ଲାର କୋରୁକୋଣ୍ଡା ବ୍ଲକରେ ସର୍ବାଧିକ ୮୩ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଚିତ୍ରକୋଣ୍ଡା ବ୍ଲକରେ ସର୍ବନିମ୍ନ ୨୮ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ଜିଲା ଜରୁରୀକାଳୀନ ବିଭାଗ ପକ୍ଷରୁ ଗୁରୁବାର ସୂଚନା ମିଳିଛି। ମାଥିଲି ବ୍ଲକରେ ୪୪ ମିଲିମିଟର, ଖଇରପୁଟ ବ୍ଲକରେ ୫୮ ମିଲିମିଟର, କାଲିମେଳା ବ୍ଲକରେ ୨୯ ମିଲିମିଟର, ମାଲକାନଗିରି ବ୍ଲକରେ ୭୨.୪ ମିଲିମିଟର ଓ ପଡିଆ ବ୍ଲକରେ ୩ ୪.୧ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ସିଲେରୁ, ସପ୍ତଧାରା, ସାବେରୀ, ପୋଟେରୁ ନଦୀ ଏବଂ ସତିଗୁଡା ଓ ଚିତ୍ରକୋଣ୍ଡା ଜଳ ଭଣ୍ଡାରରେ ଜଳ ସ୍ତର ବୃଦ୍ଧି ପାଇଛି।
Related Stories
November 23, 2024