ଭୁବନେଶ୍ୱର ଶୁକ୍ରବାର ଠାରୁ ୧୮ ରୁ ୫୯ ବର୍ଗର ଲୋକଙ୍କୁ ମାଗଣା ପ୍ରିକସନାରୀ ଡୋଜର ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ଏହି ବର୍ଗରେ ୨ କୋଟି ୬୫ ଲକ୍ଷ ୮୫ ହାଜର ହିତାଧିକାରୀ ଅଛନ୍ତି । ସେଥିମଧ୍ୟରୁ ମାତ୍ର ୧ ଲକ୍ଷ ୫୦ ହାଜର ହିତାଧିକାରୀ ପ୍ରିକସନରୀ ଡୋଜ ନେଇଛନ୍ତି । ଅର୍ଥାତ ୯୯% ଆହୁରି ଟିକା ନେଇନାହାନ୍ତି । ଏହି ଟୀକାକରଣ ପାଇଁ ଉଭୟ ବ୍ୟବସ୍ଥା କରାଯାଇଛି । ଅନଲାଇନ ଓ ଅଫଲାଇନ ମାଧ୍ୟମରେ ଟୀକାକରଣ ବ୍ୟବସ୍ଥା କରାଯାଇଛି ।
ସେ କହିଛନ୍ତି ଯେ ୧୨ରୁ ୧୪ ବର୍ଷ ମଧ୍ୟରେ ୯୮ ପ୍ରଥମ ଡୋଜ ନେଇଥିବା ବେଳେ ୨ୟ ଡୋଜ୍ ୭୨ ପ୍ରତିଶତ ନେଇସାରିଛନ୍ତି । ସେହିପରି ୧୫ରୁ ୧୭ ବର୍ଷ ମଧ୍ୟରେ ପ୍ରଥମ ଡୋଜ ୯୨ ପ୍ରତିଶତ ନେଇଥିବା ବେଳେ ୮୨ ପ୍ରତିଶତ ୨ୟ ଡୋଜ୍ ନେଇସାରିଛନ୍ତି । ଆଉ ୧୮ ବର୍ଷରୁ ଅଧିକ ଲୋକଙ୍କୁ ୯୬ ପ୍ରତିଶତ ପ୍ରଥମ ଡୋଜ୍ ନେଇଥିବା ବେଳେ ୨ ୟ ଡୋଜ୍ ୯୦ ପ୍ରତିଶତ ଲୋକଙ୍କୁ ଦିଆସାରିଛି ।
ସେ କହିଛନ୍ତି ଯେ, ବର୍ତ୍ତମାନ ପ୍ରିକସନ ଡୋଜ୍ ଉପରେ ଅଧିକ ଗୁରୁ୍ୱ ଦିଆଯାଉଛି । କରୋନା ଯୋଦ୍ଧା, ସମ୍ମୁଖ ଧାଡିର ଯୋଦ୍ଧା, ସ୍ୱାସ୍ଥ୍ୟ କର୍ମୀ ଓ ୬୦ ବର୍ଷର ଅଧିକ ଲୋକମାନଙ୍କୁ ୨୮ ପ୍ରତିଶତ ଟୀକାକରଣ କରାଯାଇଛି । ଶୁକ୍ରବାରଠୁ ୧୮ ରୁ ୫୯ ବର୍ଷର ନାଗରିକ ମାନଙ୍କର ପ୍ରିକ୍ସନ ଡୋଜ ମାଗଣାରେ ଦିଆଯିବ । ଏହା ୭୫ ଦିନ ପର୍ଯ୍ୟନ୍ତ ମାଗଣାରେ ଟୀକାକରଣ ଚାଲିବ । ରାଜ୍ୟରେ ପାଖାପାଖି ୩୦୦୦ଟି ସରକାରୀ ଟୀକାକରଣ କେନ୍ଦ୍ର ରହିଛି । ସେଠି ମାଗଣାରେ ଟୀକାକରଣ ହେବ । ପର୍ଯ୍ୟାପ୍ତ ପରିମାଣରେ ସ୍ୱାସ୍ଥ୍ୟ କର୍ମୀ ଅଛନ୍ତି । ଯଦି ମାଗଣାରେ ଏଭଳି ଟୀକାକରଣ ଦିଆଯିବ । ତେବେ ରାଜ୍ୟରେ ସେତିକି ପରିମାଣରେ ଟିକା ନାହିଁ । ଆହୁରି ଟିକାର ଆବଶ୍ୟକ ପଡ଼ିବ ।