ମାଲକାନଗିରି,ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମା ସ୍ଥିତ ଡାରଉଇନ୍ ମେମୋରିଆଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମାଜସେବୀ ସାହେବ ବାରିକଙ୍କ ଅକାଳ ବିୟୋଗରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି। ମହା ବିଦ୍ୟାଳୟର ଅଧକ୍ଷ ଗୌରୀ ଶଙ୍କର ବେହେରା ଏବଂ ଅନୁଷ୍ଠାନର ସମସ୍ତ ଛାତ୍ର ଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ବୃନ୍ଦ ସ୍ବର୍ଗତ ସାହେବ ବାରିକଙ୍କ ଅକାଳ ବିୟୋଗରେ ନୀରବ ପ୍ରାର୍ଥନା କରାଯାଇଥିଲା । ଶ୍ରୀ ବାରିକ ଏହି ଅନୁଷ୍ଠାନର ସର୍ବାଙ୍ଗୀନ ଉନ୍ନତି ତଥା ଉଚ୍ଚ ଶିକ୍ଷାର ବିକାଶ ନିମନ୍ତେ ଏହି ଅଞ୍ଚଳର ଆଗଧାଡିର ଯୋଦ୍ଧା ଥିଲେ ବୋଲି ଅଧ୍ୟକ୍ଷ ଶ୍ରୀ ବେହେରା ଆଜିର ଏହି ସ୍ମୁତି ସଭାରେ ଉଦବୋଧନ ଦେଇଥିଲେ।
ଏହି ଅବସରରେ ସ୍ବର୍ଗତ ସାହେବ ବାରିକଙ୍କ ସ୍ମୃତି ଉଦ୍ୟେଶରେ ପ୍ରତି ବର୍ଷ ଜଣେ ମେଧାବୀ ଛାତ୍ରଛାତ୍ରୀଙ୍କୁ ତାଙ୍କରି ନାମରେ ଏକ ଅର୍ଥରାଶି ପ୍ରଦାନ ନିମନ୍ତେ ବନ୍ଦବୋସ୍ତ କରାଯିବା ପାଇଁ ସ୍ଥିର କରାଯାଇଥିଲା। ସେ ଏହି ମହା ବିଦ୍ୟାଳୟରେ ଦୀର୍ଘଦିନ ଧରି ପରିଚାଳନା କମିଟିର ସମ୍ପାଦକ ଦାୟିତ୍ଵରେ ରହି ୨୦୧୦ ମସିହାରେ ୩ ମହାବିଦ୍ୟାଳୟର ସ୍ଥାପନ କରିଥିଲେ। ଏହି ଅଞ୍ଚଳର ଉଚ୍ଚଶିକ୍ଷା ନିମନ୍ତେ ସାହେବ ବାରିକଙ୍କ ଉଦ୍ୟମ ଏବଂ ପ୍ରଚେଷ୍ଟା ଅତୁଳନିୟ। ଏହି ମହା ବିଦ୍ୟାଳୟର ସମସ୍ତ କର୍ମଚାରୀ, ଅଧ୍ୟାପକ, ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି।