ଭୁବନେଶ୍ୱର, ରଥଯାତ୍ରା ସରିଥିବାରୁ ସଂକ୍ରମଣ ବଢ଼ିପାରେ । ରଥଯାତ୍ରା ପରେ ନିଜ ନିଜ ଅଂଚଳକୁ ଫେରିଛନ୍ତି ଜନସାଧାରଣ ତେଣୁ ତାହା ଉପରେ ନଜର ରଖାଯାଇଛି । କମ୍ୟୁନିଟିରେ ମଧ୍ୟ ପଜିଟିଭିଟି କେସ ରହିଛି ତେଣୁ ବିଭିନ୍ନ ଜିଲ୍ଲାରେ କଣ ପରିସ୍ଥିତି ରହୁଛି ତାକୁ ତର୍ଜମା କରାଯଉଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ।
ସେ ଆହୁରିର କହିଛନ୍ତି ଯେ ଅନ୍ୟ ଲହର ପରି ସଂକ୍ରମଣ ବଢ଼ୁନାହିଁ ହେଲେ ଧୀରଗତିରେ ସଂକ୍ରମଣ ବଢୁଛି । ନିୟମ ମାନିବା ସହ ଯେଉଁମାନେ ଟିକା ନେଇନାହାନ୍ତି ତୁରନ୍ତ ଟିକା ନିଅନ୍ତୁ । କେତେ ବଢୁଛି, ବଢିବାର ଆକାର କଣ ଓ ଏହାର ଫାଟାଲିଟି କେତେ ଏହା ଉପରେ ଆମେ ସମ୍ପୂର୍ଣ୍ଣ ନଜର ରଖିଛୁ । ରାଜ୍ୟରେ ଏହି ଲହରରେ ପ୍ରଥମ କୋଭିଡ ଜନିତ ମୃତ୍ୟୁ ହୋଇଛି । ତେଣୁ ବେଶୀ ଆନୁସଙ୍ଗିକ ରୋଗ ଥିବା ଲୋକଙ୍କ କ୍ଷେତ୍ରରେ ଏହା ପ୍ରଭାବ ପକାଉଛି ତେଣୁ ସେମାନେ ସଚେତନ ରହିବା ନିହାତି ଆବଶ୍ୟକ ।
ଅନ୍ୟ ରାଜ୍ୟରେ ଯେଉଁଭଳି କେସ ଖସୁଛି ତେଣୁ ଆକଳନ କରାଯାଇପାରେ ଯେ ଆଗାମୀ ଅଗଷ୍ଟ ଦ୍ୱିତୀୟ ସପ୍ତାହ ସୁଦ୍ଧା ଓଡିଶା ଭଲ ସ୍ଥିତିକୁ ଆସିପାରେ । ତେଣୁ ବର୍ତମାନ ଓଡିଶାରେ ଉପର ମୁହାଁ ଗ୍ରାଫ ରହିଛି ତେଣୁ ଏହା ବଢିଲା ପରେ ସମାନ୍ତରାଳ ହୋଇ କିଛି ଦିନ ରହିବା ପରେ ଧୀରେ ଧୀରେ ଖସିପରେ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।