ଭୁବନେଶ୍ୱର,ଆଜି (ବୁଧବାର)ଠାରୁ ଆରମ୍ଭ ହେଉଛି ବିଧାନସଭା ମୌସୁମୀ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ । ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ଦିନରେ ବିଭିନ୍ନ ବିଭାଗର ଷ୍ଟାଣ୍ଡିଂ କମିଟି ରିପୋର୍ଟ ଉପସ୍ଥାପନ ହେବ । ୧୪ ତାରିଖରୁ ୨୮ ତାରିଖ ଯାଏ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା ହେବ । ଯେଉଁ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା ହୋଇପାରିବନି, ତାହା ୨୯ ତାରିଖରେ ଗିଲୋଟିନ ଜରିଆରେ ପାରିତ ହେବ ।
ବାଚସ୍ପତି ବିକ୍ରମ କେଶରୀ ଆରୁଖ କହିଛନ୍ତି, ୩୦ ତାରିଖରେ ୨୦୨୨-୨୩ ଆର୍ôଥକ ବର୍ଷର ବ୍ୟୟ ମଞ୍ଜୁରୀ ବିଲ୍ ପାରିତ ହେବ । ପ୍ରଶ୍ନକାଳ ସ୍ୱାଭାବିକ କରିବାକୁ ସବୁ ବିଧାୟକଙ୍କ ସହଯୋଗ ଲୋଡ଼ିଥିବା କହିଛନ୍ତି ବାଚସ୍ପତି । ସେହିପରି ସରକାରୀ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି, ଯାହା କାର୍ଯ୍ୟକ୍ରମ ଧାର୍ଯ୍ୟ ହୋଇଛି, ସେହି ଅନୁସାରେ ସବୁ କାର୍ଯ୍ୟକ୍ରମ ହେବ । ବିରୋଧୀ ଦଳ ଯେଉଁ ପ୍ରସଙ୍ଗ ଉଠାଇବେ, ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି । ବିରୋଧୀ ଦଳ ମୁଲତବୀ ପ୍ରସ୍ତାବ ଆଣିଲେ ମଧ୍ୟ ଆଲୋଚନା କରାଯିବ ।