ଭୁବନେଶ୍ୱର, ରାଜ୍ୟରେ ଗୋଟିଏ ଦିନରେ ୭୪୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୯୫୩୨୮ କୁ ବୃଦ୍ଧି ପାଇଛି । ସେହିପରି ୧୮ ବର୍ଷରୁ ୮୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୨୨୭୦ ହୋଇଛି । ରାଜ୍ୟରେ ବର୍ତମାନ ସୁଦ୍ଧା ସକ୍ରିୟ ରୋଗୀଙ୍କ ସଂଖ୍ୟା ୩୮୭୮ ରହିଛି ।
ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୩୬ ଜଣ ସଂଗରୋଧରୁ ଓ ୩୦୭ ଜଣ ସ୍ଥାନୀୟ ସମ୍ପର୍କରୁ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୨୭ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲାରେ ୧ , ବାଲେଶ୍ୱର ଜିଲ୍ଲାରେ ୧୨, ବରଗଡ ଜିଲ୍ଲାରେ ୧, ଭଦ୍ରକ ଜିଲ୍ଲାରେ ୮, ବଲାଙ୍ଗୀର ଜିଲ୍ଲାରେ ୪, ବୌଦ୍ଧ ଜିଲ୍ଲାରେ ୮, କଟକ ଜିଲ୍ଲାରେ ୧୧୫. ଦେବଗଡ ଜିଲ୍ଲାରେ ୮, ଗଜପତି ଜିଲ୍ଲାରେ ୨, ଗଂଜାମ ଜିଲ୍ଲାରେ ୧, ଜଗତସିଂହପୁର ଜିଲ୍ଲାରେ ୁ ୧୧,ଯାଜପୁର ଜିଲ୍ଲାରେ ୧୨, ଝାରସୁଗୁଡା ଜିଲ୍ଲାରେ ୬ . କଳାହାଣ୍ଡି ଜିଲ୍ଲାରେ ୨, କେନ୍ଦ୍ରାପଡା ଜିଲ୍ଲାରେ ୪, କେନ୍ଦୁଝର ଜିଲ୍ଲାରେ ୫, ଖୋର୍ଧା ଜିଲ୍ଲାରେ ୩୦୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କୋରାପୁଟ ଜିଲ୍ଲାରେ ୧୦, ମୟୁରଭଂଜ ଜିଲ୍ଲାରେ ୧୬, ନବରଂଗପୁର ଜିଲ୍ଲାରେ ୭, ନୟାଗଡ ଜିଲ୍ଲାରେ ୧୧, ନୂଆପଡା ଜିଲ୍ଲାରେ ୧୧ ପୁରୀ ଜିଲ୍ଲାରେ ୩୬, ରାୟଗଡା ଜିଲ୍ଲାରେ ୩, ସମ୍ବଲପୁର ଜିଲ୍ଲାରେ ୧୪ , ସୋନପୁୁର ଜିଲ୍ଲାରେ ୭ ,ସୁନ୍ଦରଗଡ ଜିଲ୍ଲାରେ ୬୫ ଓ ଷ୍ଟେଟ ପୁଲରେ ୬୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅବଶିଷ୍ଟ ୩ ଟି ଜିଲ୍ଲାରୁ ଜଣେ ହେଲେ ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି ।