ଗଞ୍ଜାମ, ହତ୍ୟା ଅଭିଯୁକ୍ତ ୪ ଜଣଙ୍କୁ ୨୧ ବର୍ଷ ପରେ କୋର୍ଟ ନିର୍ଦ୍ଦୋଷରେ ଖଲାସ୍ କରିଛନ୍ତି । ବ୍ରହ୍ମପୁର ଉପକଣ୍ଠସ୍ଥ ଆଙ୍କୁଲି ଲକ୍ଷ୍ମୀନଗର ଅଂଚଳର ବୁଲା ମହାନ୍ତିଙ୍କୁ ୨୦୦୧ ମାର୍ଚ୍ଚ ୭ ତାରିଖରେ ହତ୍ୟା କରିଥିବା ଅଭିଯୋଗରେ ଟିଲୁ ଶତପଥୀ, ତାଙ୍କ ମା କୁନି ଶତପଥୀ, ମନୋଜ ପଣ୍ଡା, ଶିବ ପାତ୍ର, ଓ ଶରତ ଶତପଥୀଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଥିଲା । ତେବେ ଏମାନେ ଜାମିନ୍ ପାଇ ହାଇକୋର୍ଟରୁ ବେଲ୍ ରେ ଆସିଥିଲେ । କିଛି ଦିନ ପୂର୍ବରୁ ଶରତ ଶତପଥୀଙ୍କ ମୃତ୍ୟୁ ଘଟିଛି । ତେବେ ଆଜି ଅନ୍ୟ ୪ ଜଣ ଅଭିଯୁକ୍ତଙ୍କ ବିଚାର କରି ଏବଂ ୭ ଜଣ ସାକ୍ଷୀଙ୍କ ବୟାନ୍ କୁ ଭିତି କରି ବ୍ରହ୍ମପୁର ସ୍ଥିତ ଜିଲ୍ଲା ଦୌରାଜଜ ଆନନ୍ଦ ଚନ୍ଦ୍ର ବେହେରା ସେମାନଙ୍କୁ ନିର୍ଦ୍ଦୋଷରେ ଖଲାସ୍ କରିଛନ୍ତି ।