ନୂଆପଡ଼ା, ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ଥିତ ଜିଲ୍ଲାର ଶିକ୍ଷା ପ୍ରଦାନ କରୁଥିବା ଏକମାତ୍ର ମହିଳା ଡିଗ୍ରୀ କଲେଜ ପରିଚାଳନା କମିଟି ଓଡ଼ିଶା ଯୋଜନା ଓ ସମନ୍ଵୟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କୁ ତାଙ୍କ ଖରିଆର ରୋଡ଼ ସ୍ଥିତ ବାସଭବନରେ ସାକ୍ଷାତ କରି କଲେଜ ସମସ୍ୟା ଉପରେ ଆଲୋକପାତ କରିଥିଲେ। ଖଡ଼ିଆଳ ଡିଗ୍ରୀ ମହିଳା କଲେଜ ମହିଳାଙ୍କ ଉଚ୍ଚ ଶିକ୍ଷାରେ ଏହି ଅନୁଷ୍ଠାନ ଅନେକ ସହାୟତା କରୁଥିବା ବେଳେ ଏହି କଲେଜକୁ ସ୍ଵଂୟ ପରିଚାଳିତ ବଦଳରେ ସାଧାରଣ କଲେଜ ମାନ୍ୟତା ଦେବାପାଇଁ ଦାବୀ କରିଥିଲେ। ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବି ବୋଲି ବିଧାୟକ ଗୁରୁତ୍ବାରୋପ କରିଥିଲେ।
ଏହି ସାକ୍ଷାତକାରରେ ଡ଼ଃ.ଫନିନ୍ଦମ ଦେଓ, ଅଜିତ କୁମାର ପଣ୍ଡା, ବିନୋଦ ବିହାରୀ ପାଢ଼ୀ, ତପନ ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ନୂଆପଡା ନଗରପାଳ ଆଦମ ଖାଁନ ଏବଂ ତ୍ରିଲୋଚନ କଟା ପ୍ରମୁଖ ଉପସ୍ଥିତ ଥିଲେ।