-
ଜିଲ୍ଲାରେ ବିପର୍ଯ୍ଯସ୍ତ ସ୍ବାସ୍ଥ୍ୟସେବାକୁ ତୁରନ୍ତ ସୁଧାରିବା ଦାବିନେଇ ବିକ୍ଷୋଭକୁ ଓହ୍ଲାଇଲା ବିଜେପି ମହିଳା ମୋର୍ଚ୍ଚା
ସମ୍ବଲପୁର, ”ସହିବାର ଗୋଟେ ସୀମା ଅଛି, ହେଲେ ଆଉ ସହି ହେଉନି” ଏହିଭଳି ଆରୋପ ଉଠାଇ ଆଜି ଶହଶହ ସଂଖ୍ୟାରେ ମହିଳା ଓ ଯୁବତୀ ମାନେ। ବିଭିନ୍ନ ସ୍ଲୋଗାନ ଦେଇ ସମ୍ବଲପୁର ସହର ପରିକ୍ରମା କରି ଶେଷରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଭିମୁଖେ ଅଭିଯାନ ଆରମ୍ଭ କରିଛନ୍ତି । ପଶ୍ଚିମ ଓଡ଼ିଶାର ପ୍ରାଣକେନ୍ଦ୍ର କୁହାଯାଉଥିବା ସମ୍ବଲପୁର ଜିଲ୍ଲାକୁ ସର୍ବଦା ରାଜ୍ୟ ସରକାର ଅବହେଳା କରି ଆସୁଛନ୍ତି । ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟଜଳ, ଗମନାଗମନ ଠାରୁ ନେଇ ବିଭିନ୍ନ କ୍ଷେତ୍ରରେ ସମସ୍ୟା ଲାଗି ରହିଥିବା ବେଳେ ରାଜ୍ୟ ସରକାର ଏହାର କୈାଣସି ସମାଧାନ କରିବା ପରିବର୍ତ୍ତେ କେବଳ ପ୍ରତିଶ୍ରୃତିରେ ଭଣ୍ଡାରି କାଳକ୍ଷେପଣ ନୀତି ଅବଲମ୍ବନ କରିଆସୁଛି । ସମ୍ବଲପୁର ସଦର ମହକୁମା ସ୍ଥିତ ମୁଖ୍ୟ ଚିକିତ୍ସାଳୟରେ ଏବେ ସ୍ବାସ୍ଥ୍ୟ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ । ରୋଗୀ କିଏ ଚିକିତ୍ସା ପାଇଁ ଡାକ୍ତରଖାନାକୁ ଗଲେ କେତେବେଳେ ଶଜ୍ୟା ଅଭାବ ତ କେତେବେଳେ ଡାକ୍ତର ଅଭାବ । ରୋଗ ଯନ୍ତ୍ରଣା ରୁ ତୁରନ୍ତ ଉପଶମ କରିବା ଗୁହାରୀ କଲେ ତୁରନ୍ତ ବୁର୍ଲା ନାହିଁତ କଟକ ରେଫର ଏକ ସାଧାରଣ ଘଟଣାରେ ପରିଣତ ହୋଇଛି । ସମ୍ବଲପୁର ସହର ସମେତ ଜିଲ୍ଲାର ଉପାନ୍ତ କ୍ଷେତ୍ରରୁ ଆସୁଥିବା ଦୂର୍ବଳ ଆର୍ଥିକ ଶ୍ରେଣୀର ରୋଗୀ ଚିକିତ୍ସା ପାଇ ସୁସ୍ଥ ହେବା ପରିବର୍ତ୍ତେ ପ୍ରଥମେ ଅର୍ଥ ଶୋଷଣ ଓ ପରେ ଗୁରୁତର ଅବସ୍ଥାରେ ଭାଗ୍ୟକୁ ଆଦରି ନିଜ ଘରକୁ ଫେରି ମୃତ୍ଯୂସହ ସଂଗ୍ରାମ କରିବା ଘଟଣା ଗରିବଗୁରୁବାଙ୍କ କ୍ଷେତ୍ରରେ ସାଧାରଣ ନିୟମରେ ପରିଣତ ହେଲାଣି । ସ୍ବଛ ଓ ନିର୍ମଳ ଶାସନର ଦ୍ବାହୀ ଦେଇ ରାଜ୍ୟ ସରକାର ପଶ୍ଚିମ ଓଡ଼ିଶାରେ ଯେଉଁ ପ୍ରହେଳିକା ଦେଖାଉଛନ୍ତି ତାହା ଆଉ ବରଦାସ୍ତ ଯୋଗ୍ୟ ନୁହେଁ ବୋଲି ଆଜି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଆୟୋଜିତ ବିଶାଳ ବିକ୍ଷୋଭ ଶୋଭାଯାତ୍ରାରେ ରାଜ୍ୟ ସରକାରଙ୍କୁ ତୀବ୍ର ଭର୍ତ୍ସନା କରାଯାଇଛି ।
ସୂଚନାନୁଯାୟୀ, ଜିଲ୍ଲାରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ଯ ସେବାକୁ ତୁରନ୍ତ ସୁଧାରିବା ଦାବିରେ ବିଜେପି ମହିଳା ମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦିକା ପ୍ରଭାସିନୀ ଦାସଙ୍କ ନେତୃତ୍ବରେ ଶହ ଶହ ସଂଖ୍ୟାରେ ମହିଳା ଓ ଯୁବତୀ ମାନେ ଏକ ବିଶାଳ ବିକ୍ଷୋଭ ସମାବେଶରେ ସହର ପରିକ୍ରମା କରିଛନ୍ତି । ଦିନ ୧୧ରୁ ସାଢେ଼ ୧୧ଟା ସୁଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଦଳ ପକ୍ଷରୁ ରାଜ୍ୟ ସ୍ବାସ୍ଥ୍ଯମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଯେଶରେ ଏକ ଦାବି ପତ୍ର ପ୍ରଦାନ କରାଯିବ ବୋଲି ବିକ୍ଷୋଭକାରୀଙ୍କ ସୂତ୍ରରୁ ଜଣାଯାଇଛି । ବିଶେଷ କରି ଜିଲ୍ଲା ସଦର ମହକୁମା ସହ ଜିଲ୍ଲାର ସମସ୍ତ ଉପାନ୍ତ ଓ ବ୍ଲକସ୍ତରୀୟ ପ୍ରାଥମିକ ଚିକିତ୍ସାଳୟ ଗୁଡିକରେ ଖାଲିଥିବା ଡାକ୍ତର ପଦବୀ ପୂରଣ, ଆବଶ୍ୟକୀୟ ଔଷଧ ବିତରଣ ଓ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବାପାଇଁ ଉଲ୍ଲେଖିତ ଦାବିପତ୍ର ପ୍ରଦାନ କରାଯିବ ।