କଟକ, ମହିଳାଙ୍କୁ ଏସିଡ୍ ମାଡ କରିଛନ୍ତି ଦୁର୍ବୃତ । ଏଥିରେ ମହିଳା ଜଣକ ଗୁରୁତର ହୋଇଛନ୍ତି । ତାଙ୍କୁ ପ୍ରଥମେ ତିଗିରିଆ ମେଡ଼ିକାଲ ଏବଂ ପରେ ଅଧିକ ଚିକିତ୍ସା ନିମନ୍ତେ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।
କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ନୂଆପାଟଣା ଗ୍ରାମରେ ଏଭଳି ଏକ ବର୍ବୋରୋଚିତ ଘଟଣା ସାମ୍ନାକୁ ଆସିଛି । ଆଜି ସକାଳେ ଏହି ଘଟଣା ଘଟିଛି । ତେବେ କ’ଣ ପାଇଁ ଏଭଳି ଅମାନବୀୟ ଭାବେ ତାଙ୍କ ଉପରେ ଏସିଡ଼୍ ଆକ୍ରମଣ ହୋଇଛି, ତାହା ଅଦ୍ୟାବଧି ଅସ୍ପଷ୍ଟ ରହିଛି । ଘଟଣା ପରେ ଅଭିଯୁକ୍ତ ସେଠାରୁ ଫେରାର୍ ହୋଇଯାଇଥିଲା । ଏନେଇ ପୀଡ଼ିତାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତି କରି ତିଗିରିଆ ଥାନା ପୋଲିସ ତଦନ୍ତ ଚଳାଇଛି । ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଛି ।