ଭଦ୍ରକ – ଆଜି ଭଦ୍ରକର ଜଣେ ପ୍ରତିÂିତ ଯୁବ ଔଷଧ ବ୍ୟବସାୟୀଙ୍କର ସଡକ ଦୁର୍ଘଟଣାରେ ମୃତୁ୍ୟ ଘଟିଛି । ଏହି ଦୁର୍ଘଟଣାକୁ ନେଇ ଗ୍ରାମାଂଚଳ ଥାନାରେ ଏକ ଅପମୃତୁ୍ୟ ମାମଲା ରୁଜୁ ହୋଇ ତଦନ୍ତ ଚାଲୁରହିଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ସହରର ଅପର୍ତିବିନ୍ଧା ନୁ୍ୟ କଲୋନୀ ନିବାସୀ ୰ ବା‚ାନିଧି ପରିଡାଙ୍କ ପୁତ୍ର ପ୍ରଶାନ୍ତ (୪୪) ଜଣେ ପ୍ରତିÂିତ ଔଷଧ ବ୍ୟବସାୟୀ ଅଟନ୍ତି । ଗତକାଲି ରାତିରେ ସେ ନିଜର ବୁଲେଟ୍ ମୋଟର ସାଇକେଲ୍ ଯୋଗେ ବହୁଦରଡାକୁ ଅପେରା ଦେଖିବାକୁ ଯାଇ ଭୋର ପ୍ରାୟ ୩.୩୦ ରେ ଘରକୁ ଫେରୁଥିଲେ । ୧୬ ନଂ ଜାତୀୟ ରାଜପଥର ରିଲିଆନସ୍ ପେଟ୍ରୋଲ ପମ୍ପ ନିକଟରେ ତାଙ୍କୁ ପଛରୁ କୌଣସି ଗାଡି ଧକ୍କା ଦେବା ଫଳରେ ତାଙ୍କର ଘଟଣାସ୍ଥଳରେ ମୃତୁ୍ୟ ହୋଇଥିଲା । ଦୁର୍ଘଟଣା ଘଟାଇଥିବାର ଗାଡିଟି ସଂପର୍କରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନଥିବାବେଳେ ଆଜି ତାଙ୍କ ଶବ ଜିଲା ମୁଖ୍ୟ ଚିକିସôାଳୟରେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ତାଙ୍କ ମୃତୁ୍ୟରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଥିବାବେଳେ ସ୍ଥାନୀୟ ୧୩ ନଂ ୱାର୍ଡର ପୂର୍ବତନ କାଉନ୍ସିଲର ପ୍ରଣୟ ଦାସ, ସମାଜସେବୀ ନିଶିକାନ୍ତ ନାୟକ ଓ ବିଶ୍ୱଜିତ୍ ପଣ୍ଡା ପ୍ରମୁଖ ତାଙ୍କ ବାସଭବନରେ ପହଂଚି ଶ୍ରଦ୍ଧା ସୁମନ ଅର୍ପଣ ପୂର୍ବକ ଗଭୀର ଶୋକବ୍ୟକ୍ତ କରିଛନ୍ତି ।