ମାଲକାନଗିରି, ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍ ସଦର ମହକୁମାରୁ ପ୍ରାୟ ୩୫ କି.ମି. ଦୂରରେ ଥିବା ମହୁପଦର, କୁଟୁନିପାଲ୍ଲୀ ଓ ଟେମୁରୁପାଲ୍ଲୀ ପଞ୍ଚାୟତରେ ଉପଯୁକ୍ତ ମୋବାଇଲ୍ ସଂଯୋଗ ଉପଲବ୍ଧ ନଥିଲା । ମୋବାଇଲ୍ ନେଟୱାର୍କ ଓ ୪ଜି ଇଣ୍ଟରନେଟ୍ ସଂଯୋଗର ଅଭାବରୁ ଏହି ଅଂଚଳର ବାସିନ୍ଦା ତଥା ଏଠାରେ କାମ କରୁଥିବା ପ୍ରଶାସନିକ ଅଧିକାରୀମାନେ ବାହ୍ୟ ଦୁନିଆ ସହ ଯୋଗଯୋଗ କ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ ହେଉଥିଲେ । ଏପରିକି ଜରୁରୀକାଳୀନ ପରିସ୍ଥିତିରେ ମଧ୍ୟ ଯୋଗଯୋଗ କଷ୍ଟକର ହୋଇପଡୁଥିଲା । ଗତ ଦୁଇ ବର୍ଷର କୋଭିଡ୍-୧୯ ମହାମାରୀ ସମୟରେ ଅନଲାଇନ୍ କ୍ଲାସ୍ରେ ଯୋଡ଼ି ହେବା ଲାଗି ଏହି ଅଂଚଳର ଛାତ୍ରଛାତ୍ରୀମାନଙ୍କୁ ମୋବାଇଲ୍ ନେଟ୍ୱର୍କ ଓ ଇଣ୍ଟରନେଟ୍ ସଂଯୋଗ ହାସଲ କରିବା ଲାଗି ମାଇଲ ମାଇଲ ଦୂର ଯାତ୍ରା କରିବାକୁ ପଡୁଥିଲା । ମାଥିଲି ବ୍ଲକ୍ର ୧୮ରୁ ଉର୍ଦ୍ଧ୍ଵ ଦୁର୍ଗମ ଗ୍ରାମରେ ଡିଜିଟାଲ୍ ରୂପାନ୍ତରଣର ଶୁଭାରମ୍ଭ କରାଯାଇଛି । ମହୁପଦର, କୁଟୁନିପାଲ୍ଲୀ ଓ ଟେମୁରୁପାଲ୍ଲୀରେ ଜିଓ କମ୍ପାନୀର ତିନିଟି ନୂଆ ୪ଜି ନେଟ୍ୱର୍କ ଟାୱାର କାର୍ଯ୍ୟକ୍ଷମ ହେବା ସହ ଜିଓ ଆଖପାଖ ଗ୍ରାମ ଓ ପଲ୍ଲୀଗୁଡିକରେ ବାସକରୁଥିବା ୧୨,୦୦୦ରୁ ଉର୍ଦ୍ଧ୍ଵ ଜନସାଧାରଣ ଓ ପ୍ରଶାସନିକ ଅଧିକାରୀଙ୍କ ଜୀବନରେ ସକାରାତ୍ମକ ପ୍ରଭାବ ପକାଇଛି। ଯେଉଁମାନେ ଏବେ ପ୍ରଥମ ଥର ପାଇଁ ୪ଜି ଇଣ୍ଟର ନେଟ୍ ସୁବିଧା ପାଇପାରୁଛନ୍ତି। ତେବେ ବର୍ତ୍ତମାନ ନିକଟରେ ମହୁପଦର, କୁଟୁନିପାଲ୍ଲୀ ଓ ଟେ ମୁରୁପାଲ୍ଲୀରେ ତିନିଟି ନୂଆ ଜିଓ ୪ଜି ନେଟ୍ୱର୍କ ଟାୱାର କାର୍ଯ୍ୟକ୍ଷମ ହେବାପରେ ଏହି ସମସ୍ୟା ଏବେ ଦୂର ହେବା ସହିତ ମହୁପଦର, କୁରୁମପାଲ୍ଲୀ, ମୁଣ୍ଡାଗୁଡ଼ା, କମରପାଲ୍ଲୀ, ଗାଲିଆଗୁଡ଼ା, ଧକଡରାସି, ତେମୁରୁପାଲ୍ଲୀ, କୁକୁରକୁ୍ଣ୍ଡ, ତୁଳସୀ, କାଟିଗୁଡ଼ା, ସାରିଗୁଡ଼ା, କୁୁଟୁନିପାଲ୍ଲୀ, କଡାପଦର, ନେତଲଗାନ୍ଧୀ ସମେତ ୧୮ରୁ ଉର୍ଦ୍ଧ୍ଵ ଗ୍ରାମ, ପଲ୍ଲୀ ଓ ଆଖପାଖ ଅଞ୍ଚଳର ଜନସାଧାରଣଙ୍କ ପାଖରେ ୪ଜି ଡିଜିଟାଲ ରୁପାନ୍ତରଣର ଲାଭ ପହଞ୍ଚିପାରିଛି ।
Related Stories
November 22, 2024