-
ଆସନ୍ତା କାଲି ନୀଳାଦ୍ରି ବିଜେ,
ମହାପ୍ରଭୁଙ୍କ ପ୍ରସିଦ୍ଧ ରଥଯାତ୍ରା ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବା ମଧ୍ୟରେ ଅଧରପଣା ନୀତି ସମ୍ପୂର୍ଣ୍ଣ ଇଛି । ପରମ୍ପରା ଅନୁସାରେ ମହାପ୍ରଭୁଙ୍କର ସୁନାବେଶ ସରିବା ପର ଦିନ ଏବଂ ନୀଳାଦ୍ରି ବିଜେର ର୍ବଦିନ ଅଧରପଣା ନୀତି ରଥ ଉପରେ ହୋଇଥାଏ | ଶ୍ରୀମନ୍ଦିର ପ୍ରଶାସନ ଦ୍ବାରା ୟୋଜିତ ରାଘବ ଦାସ ମଠ, ବଡ ଓଡ଼ିଆ ମଠ ତରଫରୁ ୯ ଟି ହାଣ୍ଡି ଦିଆଯାଇଥାଏ |୯ ଗୋଟି ଦ୍ରବ୍ୟ ମିଶାଇ ଖୁର, ସର, ଛେନା, କଦଳୀ, କର୍ପୁର, ଜାଇଫଳ, ନବାତ, ଗୋଲମରିଚ, ମିଶ୍ରି, ଜଳ ପ୍ରଭୁତି ମିଶାଇ ମହାସୁଆର ସେବକ ମାନେ ଅଧରପଣା ତିଆରି କରିଥିଲେ |
ଏହାପରେ ତିନି ଭଗବାନଙ୍କ ପାଖରେ ତିନୋଟି ଲେଖାଏଁ ହାଣ୍ଡି ରଖିବାପରେ ସେଥିରେ ପଣା ଭରି ଦେଇଥିଲେ |ପରମ୍ପରା ଅନୁସାରେ ଏହି ପଣାକୁ ରଥଉପରେ ହିଁ ଭଙ୍ଗାଯାଇଥିଲା କାରଣ ଅଶରୀର ପାର୍ଶ୍ବ ଦେବଦେବୀ, ଚଣ୍ଡୀ ଚାମୁଣ୍ଡା ଏହି ପଣା ପାଇଁ ଅପେକ୍ଷା କରିଥାନ୍ତି |ଏମାନଙ୍କୁ ପଣା ପ୍ରାପ୍ତି ହେବାପରେ ମହାପ୍ରଭୁ ନୀଳାଦ୍ରୀ ବିଜେ ପ୍ରକ୍ରିୟାରେ ରନ୍ ସିଂହାସନ କୁ ବିଜେ କରନ୍ତି | କାରଣ ରଥ ସହିତ ଏହି ଦେବଦେବୀ ଚଣ୍ଡୀ ଚାମୁଣ୍ଡା ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଆନ୍ତି ଏବଂ ରଥ ସହିତ ଫେରନ୍ତି |ଏମାନଙ୍କୁ ଶାନ୍ତି କରିଲେ ପୁରା ବିଶ୍ବ ଶାନ୍ତି ରୁହେ | ଙ୍ଗଳବାର ଦିନ ମହାପ୍ରଭୁଙ୍କ ନୀଳାଦ୍ରି ବିଜେ |