କନ୍ଧମାଳ, ଫୁଲବାଣୀ ସହରରେ ଦିନକୁ ଦିନ ବାଂଲାଦେଶୀ ଓ ମୁର୍ସିଦାବାଦ ଅଞ୍ଚଳର ଅନୁପ୍ରବେଶକାରୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏମାନେ ସମସ୍ତେ କିଏ ମିସ୍ତ୍ରୀ ମୁଲିଆ ତ ଆଉ କିଏ ବିଭିନ୍ନ ପ୍ରକାର ହରେକମାଲ କିକ୍ରି କରିବା ବାହାନାରେ ଆସି ଏଠାରେ ରହୁଛନ୍ତି । କିଏ ଭଡ଼ା ଘରେ ରହୁଛି ତ କେହି କେହି ଜବରଦଖଲ କରି ଘର ତିଆରି କରି ରହିଲେଣି ଆଉ କିଛି ସରକାରୀ ଜମି ଦଖଲ କରି ଲୋକଙ୍କୁ ବିକ୍ରି କରି ବର୍ଷ ବର୍ଷ ଧରି ଜମି ମାଫିଆ ସାଜିଛନ୍ତି । ପୋଲିସ ଓ ପ୍ରଶାସନର ଏମାନଙ୍କ ଉପରେ କୌଣସି ଲଗାମ ନଥିବା, କିମ୍ବା ସେମାନଙ୍କ ବାବଦରେ ପୋଲିସ ପାଖରେ କୌଣସି ବିସ୍ତୃତ ବିବରଣୀ ନାହିଁ। ଫଳରେ ନିର୍ଭୟରେ ଏମାନେ ଆସ୍ଥାନ ଜମାଇବା ସହିତ ସେମାନଙ୍କ ମଧ୍ୟରୁ କିଛି ବିଭିନ୍ନ ବେଆଇନ୍ କାର୍ଯ୍ଯରେ ମଧ୍ୟ ଲିପ୍ତ ରହିଛନ୍ତି । ଆଉ ସୁବିଧା ଦେଖି ଚୋରୀ ଡକାୟତି, ଏଟିଏମ ଲୁଟ ଭଳି ସଙ୍ଗିନ ଆପରାଧରେ ଲିପ୍ତ ରହୁଥିବା ଦେଖାଯାଉଛି । ଫଳରେ ସହର ବାସୀ ନିଜକୁ ସୁରକ୍ଷିତ ମଣୁନ ଥିବା କହିଛନ୍ତି । ଏମାନଙ୍କୁ ଚିହ୍ନଟ କରି କାର୍ଯ୍ୟ।ନୁଷ୍ଠାନ ଗ୍ରହଣ କରିବାଲାଗି ଏବିଭିପି ଜିଲ୍ଲାମୁଖ୍ୟ ଶିବାଶିଷ ପଣ୍ଡା ବାରମ୍ଵାର ଦାବୀ କରି ଆସୁଥିଲେ ମଧ୍ୟ ପୋଲିସ କିମ୍ବା ପ୍ରଶାସନ ଶୁଣୁ ନ ଥିବା ସେ ଅଭିଯୋଗ କରିଛନ୍ତି।
ଏଣୁ ଏମାନଙ୍କୁ ଦେଖିଲେ ପ୍ରଶୟ ନଦେଇ ସତର୍କ ରହିବା ଲାଗି ଶିବାଶିଷ ପରାମର୍ଶ ଦେଇଛନ୍ତି । ଆବଶ୍ୟକ ସ୍ଥଳେ ସେମାନଙ୍କ ଫଟୋ ଉଠାଇ ନିକଟସ୍ଥ ଥାନାରେ ଜଣାଇବା ଲାଗି ସେ କହିଛନ୍ତି। ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ହଠାଇବା ଲାଗି ସହରବାସୀଙ୍କ ସହଯୋଗ କାମନା କରିଛନ୍ତି ଶିବାଶିଷ ପଣ୍ଡା। ପୋଲିସ ଓ ପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଷ୍ଟିଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବୀ କରିଛନ୍ତି।