ବଲାଙ୍ଗିର,ଆଜି ସକାଳ ପ୍ରାୟ ୬ ଟା ସମୟରେ ସୋନପୁର – ବଲାଙ୍ଗିର ଜାତୀୟ ରାଜପଥର ଖାରୀ ଗାଁ ନିକଟ ବେଲବାହାଳି ଛକରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟଛି। ଦୁର୍ଘଟଣାରେ ଅନ୍ୟ ୫ ଜଣ ଆହତ ହୋଇଛନ୍ତି।
ଅଟୋ ନମ୍ବର ଓଡି୦୩-୩୬୮୨, ୭ ଜଣ ପରିବା ଚାରା ବେପାରିଙ୍କୁ ନେଇ ସୋନପୁର ଯାଉଥିଲା ବେଳେ ଏହି ଛକରେ ରାସ୍ତା କଡରେ ଅଟକି ଥିବା ବେଳେ ପୁରୀରୁ ରଥଯାତ୍ରା ଡ୍ୟୁଟି ସାରି ବଲାଙ୍ଗିର ଆସୁଥିବା କାର୍ ନମ୍ବର ଓଡି୧୬-ଜେ୧୩୫୫ ଦ୍ରୁତ ଗତିରେ ଆସି ଅଟୋକୁ ଧକ୍କା ଦେଇଥିଲା। ରାସ୍ତା କଡରେ ବାଇକ୍ ରେ ଥିବା ବେଲବାହାଳିର ପଙ୍କଜ ମିଶ୍ରଙ୍କୁ ମଧ୍ୟ ଧକ୍କା ଦେଇଥିଲା। ଫଳରେ ଅଟୋରେ ଥିବା ୩ ଜଣ ଯାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅଟୋ ରିକ୍ସା ଚାଳକ ସାଗରପାଲିର ଲକ୍ଷ୍ମୀକାନ୍ତ ପ୍ରଧାନ(୩୫) ଙ୍କ ସମେତ ୪ ଜଣ ଗୁରୁତର ହୋଇଥିଲେ। ବାଇକ ଚାଳକଙ୍କୁ ମିଶାଇ ଦୁର୍ଘଟଣାରେ ମୋଟ ୫ ଜଣ ଆହତ ହୋଇଥିଲେ। ଖବର ପାଇ ତରଭା ପୁଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି। ତରଭା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରିଛି। ଆହତ ଡ୍ରାଇଭରକୁ ଚିକିତ୍ସା ନିମନ୍ତେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟମାନଙ୍କୁ ସୋନପୁର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଏ ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳି ପାରିନାହିଁ। ମୃତକଙ୍କ ମଧ୍ୟରେ ଜଣେ ମହିଳା ଏବଂ ଦୁଇ ଜଣ ପୁରୁଷ ଥିଲାବେଳେ ଆହତ ୫ ଜଣଙ୍କ ମଧ୍ୟରେ ଜଣେ ମହିଳା ଓ ୪ ଜଣ ପୁରୁଷ ରହିଛନ୍ତି। ପୁଲିସ ଆସୁଥିବା ଗାଡିରେ ସ୍ନିଗ୍ଧାରାଣୀ ସୁନା ପୁଲିସ ଇନ୍ସପେକ୍ଟର ନାମ ଲେଖାଥିବା ୟୁନିଫର୍ମ ମିଳିଛି ସେ ଆଘାତପ୍ରାପ୍ତ ହୋଇଛନ୍ତି କି ତାହା ଜଣାପଡିନାହିଁ। ତାଙ୍କର ଘର ବଲାଙ୍ଗିର ସଦର୍ ଅଞ୍ଚଳରେ ଥିବା ବେଳେ ସୁନ୍ଦରଗଡ଼ ପୁଲିସ ମୁଖ୍ୟାଳୟରେ ଅବସ୍ଥାପିତ ଅଛନ୍ତି। ତେବେ କାର ରେ କେତେ ଜଣ ଥିଲେ ତାହା ଜଣାପଡିନାହିଁ। କାର ଡ୍ରାଇଭର ଦୁର୍ଘଟଣା ପରେ ସେଠାରୁ ଫେରାର ହୋଇଯାଇଛି।