
କେନ୍ଦ୍ରାପଡା ମାଟିର ସୁଯୋଗ୍ୟ ସନ୍ତାନ, ବିଶିଷ୍ଟ ଅର୍ଥନୈତିଜ୍ଞ, ବରିଷ୍ଠ ସାମ୍ବାଦିକ ତଥା ବିଜନେସ ଷ୍ଟାଣ୍ଡାର୍ଡର ରେସିଡେଂଟ ଏଡିଟର ଦିଲ୍ଲୀପ ଶତପଥୀଙ୍କ ଅକାଳ ବିୟୋଗରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ସହ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ତାଳଚେର ୱାର୍କିଂ ଜର୍ଣ୍ଣାଲିଷ୍ଟସ୍ ଆସୋସିଏସନ ପକ୍ଷରୁ ପକ୍ଷରୁ ମା ହିଙ୍ଗୁଳାଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା । ଏହି ଉପଲକ୍ଷେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ରେ ଥିବା ସଭାଗୃହରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହେଇଥିଲା । ଉକ୍ତ ସଭାରେ ଦିଲ୍ଲୀପଙ୍କ ଆତ୍ମାର ସଦଗତି ପାଇଁ ୨ମିନିଟ ନୀରବ ପ୍ରାର୍ଥନା କରିଥିଲେ । ସାମ୍ବାଦିକତା କ୍ଷେତ୍ରରେ ସ୍ୱର୍ଗତ ଶତପଥୀଙ୍କ ସ୍ୱାକ୍ଷର ଅତ୍ୟନ୍ତ ସ୍ପଷ୍ଟ ଓ ଉଜ୍ଜ୍ୱଳ ବୋଲି ମତପ୍ରକାଶ ପାଇଥିଲା । ତେବେ ସୂର୍ଗତ ଶତପଥୀ କେନ୍ଦ୍ରାପଡା ମାଟିର ସନ୍ତାନ ହୋଇଥିବାରୁ କେନ୍ଦ୍ରାପଡା ମାଟି ଆଜି ତାଙ୍କ ପାଇଁ ଗର୍ବୀତ ବୋଲି ସାମ୍ବାଦିକମାନେ ମତ ଦେଇଥିଲା । ଏହି ସଭାରେ ସଂଘର ସଭାପତି ଧୀର ମୋହନ ରାୟଙ୍କ ସମେତ ସାଧାରଣ ସମ୍ପାଦକ ସୈାଭାଗ୍ୟ ଚନ୍ଦ୍ର ନାୟକ, ଉପସଭାପତି ଅଜୟ କୁମାର ନାୟକ, କୋଷାଧ୍ୟକ୍ଷ ସଞ୍ଜୟ କୁମାର ଦଳେଇ, ସହ-ସମ୍ପାଦକ ରୁଦ୍ର ମୋହନ ଗଡ଼ନାୟକ, ମଦନ ମୋହନ ସାହୁ, ରାଉତୁରା ନାଏକ, ରବିନ୍ଦ୍ର ମହାରଣା ,ଦେବରଂଜନ ସାମଲ ସମେତ ଶୋକସଭାରେ ସହରର ବିଭିନ୍ନ ବୁଦ୍ଧିଜୀବି,ଶୁଭେଛୁ ମାନେ ଯୋଗ ଦେଇ ଥିଲେ ।