ପୁରୀ,ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ପୁରୀ ଜିଲ୍ଲା ନିମାପଡା ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟର ସହକାରୀ ଯନ୍ତ୍ରୀ ଦୁଷ୍ମନ୍ତ ଦେହୁରୀଙ୍କ ବାସଭବନରେ ଚଢ଼ଉ କରିଛି ଭିଜିଲାନ୍ସ । ଆଜି ସକାଳ ଠାରୁ ଚଢ଼ଉ ଜାରୀ ରହିଛି । ତାଙ୍କ ବାସଭବନ ସମେତ ସାତୋଟି ସ୍ଥାନରେ ଚଢଉ କରାଯାଇଛି ।
ଓଡିଶା ଭିଜିଲାନ୍ସ ପକ୍ଷରୁ ୫ ଜଣ ଡ଼ିଏସପି, ୧୨ ଜଣ ଇନ୍ସପେକ୍ଟର ଓ ଅନ୍ୟ ଷ୍ଟାଫମାନେ ଚଢ଼ଉରେ ସାମିଲ ହୋଇଛନ୍ତି । ଢେଙ୍କାନାଳ ଭିଜିଲାନ୍ସର ମାନ୍ୟବର ସ୍ପେସିଆଲ ଜଜ୍ ଏହି ଚଢଉ ଆଦେଶ ଦେଇଥିଲେ । ଏହି ଆଦେଶ ବଳରେ ତାଙ୍କ ବାସଭବନ ସମେତ ସାତୋଟି ସ୍ଥାନରେ ଚଢଉ କରାଯାଇଛି । ଭୁବନେଶ୍ଵରର ଶୈଳଶ୍ରୀ ବିହାର, ଚନ୍ଦ୍ରଶେଖରପୁରସ୍ଥ ତିନି ମହଲା କୋଠା, ପୁରୀ ଜିଲ୍ଲାର ନିମାପଡା ଅଫିସ, ଢେଙ୍କାନାଳର ପୈତୃକ ଗ୍ରାମ ଗୁଣଦେଇ, ଢେଙ୍କାନାଳ ସହରରେ ଦୁଇଟି କୋଠା ଓ ସମ୍ପର୍କୀୟଙ୍କ ଘର, ସପ୍ତଶଯ୍ୟା ନିକଟରେ ନିର୍ମାଣଧୀନ ଘରେ ଚଢଉ ହୋଇଛି । ଚଢ଼ଉ ବେଳେ ୪୭ ଲକ୍ଷ ୬୫ ହଜାର ଟଙ୍କାର ବ୍ୟାଙ୍କ ଓ ଏଲଆଇସି ଡିପୋଜିଟ୍ ର କାଗଜପତ୍ର ମିଳିଛି । ୧୧ ଲକ୍ଷ ଟଙ୍କାର ଏକ ମହେନ୍ଦ୍ରା ଗାଡି ଓ ଦୁଇଟି ବାଇକ୍ ଜବତ ହୋଇଛି । ଚଢ଼ଉ ଜାରି ରହିଛି । ତାଙ୍କର ସମସ୍ତ ସ୍ଥାବର, ଅସ୍ଥାବର ସମ୍ପତିର ଆକଳନ କରୁଛି ଭିଜିଲାନ୍ସ ।