ଭୁବନେଶ୍ୱର,ବର୍ତମାନ ସଂକ୍ରମିତଙ୍କ ମଧ୍ୟରେ ମେଡିକାଲରେ ଭର୍ତି ରୋଗୀଙ୍କ ସଂଖ୍ୟା କମ୍ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର । ରାଜ୍ୟରେ କୋବିଡ ସମ୍ପର୍କରେ ପ୍ରତିକ୍ରିୟା ପ୍ରକାଶ କରି ସେ ଏହା କହିଛନ୍ତି ।
ସେ କହିଛନ୍ତି ଯେ ଗତକାଲି ସୁଦ୍ଧା ୩ ହଜାରରୁ ଅଧିକ ଆକ୍ଟିଭ ଥିଲେ, ୩୧ ଜଣ ମେଡିକାଲରେ; ଡାକ୍ତରଖାନାରେ ଥିବା ୩୧ ଜଣଙ୍କ ମଧ୍ୟରୁ ୨୫ ଜଣ ଆଇସିୟୁରେ ଅଛନ୍ତି । ସେ କହିଛନ୍ତି ଯେ ଟିପିଆର ଅନୁସାରେ କଟକ, ପୁରୀ, ଖୋର୍ଦ୍ଧା ସହରାଞ୍ଚଳରେ ସଂକ୍ରମଣ ଅଧିକ ଅଛି; ଅଧିକାଂଶ ଲୋକ ଟିକା ନେଇଥିବାରୁ ଗୁରୁତର ହେବା କମ୍ ରହିପାରେ ।