ବଲାଙ୍ଗିର, ମୁରିବାହାଲ ଥାନା ଅନ୍ତର୍ଗତ ମୁଟିବାହାଲ କଣ୍ଟାବାଞ୍ଜି ରେଲୱେ ସଲେପଡା ଭୂତଳ ପୋଲ ପାଖରେ ଦୁଇ ଜଣ ପ୍ରେମୀ ଯୁଗଳଙ୍କ ରେଳ ଧାରଣାରେ କଟି ମୃତ୍ୟୁ ହୋଇଛି। ମିଳିଥିବା ତଥ୍ୟ ଅନୁସାରେ, ଦୁଇ ପ୍ରେମୀ ଯୁଗଳଙ୍କ ମୃତଦେହ ରେଳ ଲାଇନ କଡରେ ପଡିଥିବା ଦେଖାଯାଇଛି। ଦୁହେଁ ଆଜକୁ ଛଅ ମାସ ହେବ ପ୍ରେମ କରି ଘରୁ ବାହାରି ଅନ୍ୟତ୍ର ରହୁଥିଲେ, ହେଲେ ଗତକାଲି ବିଳମ୍ବିତ ରାତ୍ରୀରେ ଟ୍ରେନରେ କଟି ଦୁହିଁଙ୍କ ମୃତ୍ୟୁ ହୋଇଥିବା ଜଣାଯାଏ। ମୃତ ଯୁବକ ଜଣକ ମୁରିବାହାଲ ଥାନା ଅନ୍ତର୍ଗତ ଘଣ୍ଟବାହାଲ୍ ର ଉଦୟ ରଣାଙ୍କ ପୁତ୍ର କୃଷ୍ଣ ରଣା (୨୦) ହୋଇଥିବା ବେଳେ ମହିଳା ଜଣକ ହେଲେ କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ବାଲଦାସ ଗ୍ରାମର ଟୁନୁ ରଣାଙ୍କ ସ୍ତ୍ରୀ ପୂଜା ରଣା। ଏ ଦୁଇ ଜଣଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା ଏବଂ ଦୁହେଁ ଘରୁ ବାହାରି ଅନ୍ୟତ୍ର ରହୁଥିବା ବେଳେ ଗତକାଲି ମୁରିବାହାଲ ଥାନାକୁ ଦୁହେଁ ଆସିଥିବା ବେଳେ କାହିଁକି ଆତ୍ମହତ୍ୟା କଲେ ତାହା ଜଣାପଡିନାହିଁ।
Related Stories
November 23, 2024