ମାଲକାନଗିରି, ମାଲକାନଗିରି ଜିଲ୍ଲା କାଲିମେଳା ବ୍ଳକ ଅନ୍ତର୍ଗତ ତାଣ୍ଡବାଇ ପଞ୍ଚାୟତର ମାଲକାନଗିରି – ମୋଟୁ ୩୨୬ ନମ୍ବର ଜାତୀୟ ରାଜପଥର ଏମଭି -୭୯ ରାସ୍ତା କଡରେ ଆଜାଦି କା ଅମୃତ ମହୋତ୍ସବ ଉପଲକ୍ଷେ ଅମୃତ ସରୋବର ପୋଖରୀ ନିର୍ମାଣ ହେଉଛି। ଏହି ସରୋବରକୁ ସୁନ୍ଦର କରିବା ପାଇଁ ପ୍ରଥମ ପର୍ଯ୍ୟାୟରେ ସରୋବର ହୁଡାରେ ୩୦ ଟି ନଡ଼ିଆ ଗଛ ଲଗାଯାଇଛି। ସରୋବରର ଚାରିପଟେ ୧୩୦ ଟି ନଡ଼ିଆ ଗଛ ଲଗାଇବା ପାଇଁ ଲକ୍ଷ୍ୟ ରଖାଯାଇଛି ।
ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପରିତୋଷ ସରକାର, ଦୀପକ ଦତ୍ତ, ସମୀର ସରକାର, ମାଲା ବରମ ବିଜେପି ମଣ୍ଡଳ ଅଧକ୍ଷ ନାରାୟଣ ସରକାର, ସୁକୁମାର ମଣ୍ଡଳ, ବିଶ୍ଵଜିତ ସର୍ଦାର, ସଞ୍ଜୟ ଦାସ ପ୍ରମୁଖ ଗଛ ଲଗାଇ ଥିଲେ।