-
ସିଂହଦ୍ୱାର ସମ୍ମୁଖରେ ଲାଗିଲା ତିନ ରଥ,
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ସିଂହଦ୍ୱାର ସମ୍ମୁଖରେ ଲାଗିଲା ତିନ ରଥ |ନବଦିନାତ୍ମକ ଯାତ୍ରା ସାରି ଆଜି ଜନ୍ମବେଦୀରୁ ଫେରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ତିନି ରଥରେ ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀ ଜଗନ୍ନାଥ ବାହୁଡ଼ିଛନ୍ତି । ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ଲୋକାରଣ୍ୟ ହୋଇଥିଲା ଶରଧାବାଲି ଓ ବଡଦାଣ୍ଡ।
ଭକ୍ତଙ୍କ ସୁରକ୍ଷା ଓ ମହାପ୍ରଭୁଙ୍କ ରୀତିନୀତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା ।
ପ୍ରଶାସନ ପକ୍ଷରୁ ଆମ୍ବୁଲାନ୍ସ ସହ ପୁଲିସ ମୁତୟନ ହୋଇଥିଲେ । ନୀତିନିର୍ଘଣ୍ଟ ଅନୁଯାୟୀ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା ।
ଶରଧାବାଲିରେ ଶ୍ରୀଜୀଉଙ୍କ ତିନିରଥ ତାଳଧ୍ଵଜ, ଦେବଦଳନ ଓ
ନନ୍ଦିଘୋଷ ରଥ ଅପେକ୍ଷା କରିଥିବା ବେଳେ ପ୍ରଥମେ ପହଣ୍ଡିରେ
ରଥରେ ବିଜେ କରିଥିଲେ ଚକ୍ରରାଜ ସୁଦର୍ଶନ । ଦ୍ୱିତୀୟରେ ବଡ଼ ଭାଇ ବଳଭଦ୍ର ପରେ ପରେ ଭଉଣୀ ସୁଭଦ୍ରା ଓ ଶେଷରେ ଟାହିଆ ଲଗାଇ ଝୁଲିଝୁଲି ମହାପ୍ରଭୁ ଜଗନ୍ନାଥ ରଥରେ ବିଜେ କରିଥିଲେ । ରଥରେ ମହାପ୍ରଭୁଙ୍କ ସମସ୍ତ ରୀତିନୀତି ପରେ ଗଜପତି ମହାରାଜ ଛେରା ପହଁରା କରିଥିଲେ ।
ଛେରା ପହଁରା ପରେ ରଥରୁ ଚାରମାଳ ଫିଟାଯାଇ ରଥଟଣା ଆରମ୍ଭ ହୋଇଥିଲା ।
ଭୋର୍ ୪ଟାରୁ ମାହାପ୍ରଭୁଙ୍କ ନୀତିକାନ୍ତି ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟାରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ଆରମ୍ଭ ହେବ ବୋଲି ସୂଚନା ଥିଲା । ମହାପ୍ରଭୁଙ୍କ ଆଜିର ନୀତିକାନ୍ତି ନିର୍ଦ୍ଧାରିତ ସମୟ ପୂର୍ବରୁ ହୋଇଥିଲା |
ସେନାପଟାଲାଗି ସାରି ଦଇତାପତି ବାହାରିବା -ସକାଳ 5.20,ମଙ୍ଗଳ ଆଳତି – ସକାଳ 5.30,ମଇଲମ -ସକାଳ 5.35
ରୋଷହୋମ – ସକାଳ 5.35,ତଡପ ଲାଗି -ସକାଳ 5.40
ଅବକାଶ ପୂଜା ଆରମ୍ଭ – ସକାଳ 5.45,ସୂର୍ଯ୍ୟପୂଜା -ସକାଳ 6.10 ,ଅବକାଶ ପୂଜା ସମ୍ପର୍ଣ୍ଣ – 6.00,ଗୋପାଳ ବଲ୍ଳଭ ଓ ସକାଳ ଧୂପ ଖେଚୁଡ଼ି ଭୋଗ ଡାକିଗଲେ – ସକାଳ 6.35,
ବେଶ ଶେଷ – ସକାଳ 6.20,ଦ୍ୱାରପାଳ ପୂଜା – ସକାଳ 6.25,
ଗୋପାଳ ବଲ୍ଳଭ ଓ ସକାଳ ଧୂପ ଖେଚୁଡ଼ି ଭୋଗ ଛେକ – ସକାଳ 6.40,ଗୋପାଳ ବଲ୍ଳଭ ଓ ସକାଳ ଧୂପ ଖେଚୁଡ଼ି ଭୋଗ ପୂଜା ଆରମ୍ଭ -ସକାଳ 6.45,ଶ୍ରୀଜୀଉମାନଙ୍କ ଗୋପାଳ ବଲ୍ଳଭ ଓ ସକାଳ ଧୂପ ଖେଚୁଡ଼ି ଭୋଗ ସମ୍ପର୍ଣ – ସକାଳ 7.20,ପହଣ୍ଡି ଆରମ୍ଭ – ସକାଳ 7.55,ସୁଦର୍ଶନ ଦେବଙ୍କ ପହଣ୍ଡି ବିଜେ-7.55
ସୁଦର୍ଶନ ଦେବ ରଥରେ ବିଜେ-8.15,ବଡ ଠାକୁରଙ୍କ ପହଣ୍ଡି ବିଜେ-8.25,ବଡ ଠାକୁର ରଥରେ ବିଜେ-9.15,ଦେବୀ ସୁଭଦ୍ରାଙ୍କ ପହଣ୍ଡି ବିଜେ-8.35,ଦେବୀ ସୁଭଦ୍ରା ରଥରେ ବିଜେ
-9.20,ମହାପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି ବିଜେ-9.00,ମହାପ୍ରଭୁ ଜଗନ୍ନାଥ ରଥରେ ବିଜେ-11.25,ଶ୍ରୀମଦନମୋହନ, ରାମ, ବଳରାମ ଙ୍କ ପହଣ୍ଡି ବିଜେ-11.35, ଶ୍ରୀମଦନମୋହନ,ଶ୍ରୀରାମ,ବଳରାମ ରଥରେ ବିଜେ-11.50,
ଛେରାପହଁରା ମଧ୍ୟାହ୍ନ 12.30 ରୁ 1.15,
ଚାରମାଳ ଫିଟା ଓ ଘୋଡା ସାରଥି ଲାଗିବା-ଅପରାହ୍ନ ୧୨.୫୫ ରୁ ୦୨.୦୦,ତାଳଧ୍ଵଜ ରଥଟଣା-ଅପରାହ୍ନ ୦୧.୪୦ ରୁ ୦୪.୨୦,
ଦେବଦଳନ ରଥଟଣା-ଅପରାହ୍ନ ୨.୧୫ ରୁ ୪.୫୦, ନନ୍ଦିଘୋଷ ରଥଟଣା-୨.୩୫ ରୁ ୭.୨୦,
ମହାଲକ୍ଷ୍ମୀ ବିଜେ-ସନ୍ଧ୍ୟା ୦୬.୦୦, ଲକ୍ଷ୍ମୀ ନାରାୟଣ ଭେଟ-ସନ୍ଧ୍ୟା ୦୬.୧୫,
ରଥତଳ ନୀତି ସାରି ମହାଲକ୍ଷ୍ମୀ ବାହୁଡ଼ା ବିଜେ-ସନ୍ଧ୍ୟା ୦୬.୫୦ ନୀତି ସମ୍ପର୍ଣ୍ଣ ହୋଇଥିଲା |