କନ୍ଧମାଳ, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଫୁଲବାଣୀ ମେଡିକାଲରେ ଭର୍ତ୍ତି କରାଯାଇଛି ।ସେ ଭୁବେନେଶ୍ଵର ଯାଇ ଫେରିବା ବେଳେ ବାଟରେ ଝାଡ଼ାବାନ୍ତି ହୋଇଥିଲା । ସେ ମେଡିସିନ କିଛି ଖାଇ ଫୁଲବାଣୀ ଆସି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ଚିକିତ୍ସା ପରେ ବର୍ତମାନ ତାଙ୍କ ସ୍ଵାସ୍ଥ୍ୟ ଅବସ୍ଥାରେ ଉନ୍ନତି ଆସିଥିବା ବିଧାୟକଙ୍କ ପୁଅ ବୁନା କହଁର କହିଛନ୍ତି ।
ବିଜେଡି ଜିଲାସଭାପତି ସରୋଜ କର୍ଣ୍ଣ, ନଗର ସଭାପତି ସୁଧୀର କହଁର ପ୍ରମୁଖ ବିଧାୟକଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ସେହିପରି ବହୁ ବିଜେଡି ନେତା ମେଡିକାଲ ଯାଇ ବିଧାୟକ କହଁରଙ୍କୁ ଭେଟି ସ୍ଵାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ।