ଭୁବନେଶ୍ୱର. ରବିବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମା ତାରାତାରିଣୀ ଦର୍ଶନ କରିଥିଲେ । ଦର୍ଶନ ପରେ ସେ ଆଇଜର ସ୍ଥାୟୀ କ୍ୟାମ୍ପସ୍ରେ ପହଂଚି ଏଠାରେ ନିର୍ମିତ ହଷ୍ଟେଲ୍କୁ ଉଦ୍ଘାଟନ କରିଛନ୍ତି ।
ମା ତାରାତାରିଣୀଙ୍କ ଦର୍ଶନ ପରେ ସେ ଟ୍ୱିଟ କରି କହିଛନ୍ତି ଯେ – ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦର୍ଶନ କରିବାର ସୌଭାଗ୍ୟ ଲାଭ କଲି । ଏହି ମନ୍ଦିର ରାଜ୍ୟବାସୀଙ୍କ ଧାର୍ମିକ, ଆଧ୍ୟାତ୍ମିକ, ସାମାଜିକ ଓ ସାଂସ୍କୃତିକ ଭାବାବେଗ ସହ ଯୋଡ଼ି ହୋଇ ରହିଛି । ମା’ଙ୍କ ନିକଟରେ ସମାଜର କଲ୍ୟାଣ ପାଇଁ ପ୍ରାର୍ଥନା କରୁଛି ।