
ଜୟପୁର – ଜୟପୁର ବିଶ୍ୱ ମଧୁମେହ ଦିବସ ଉପଲକ୍ଷେ ରୋଟାରି କ୍ଲବ ଦ୍ୱାରା ହୋଟେଲ ଠାରେ ମାଗଣା ଚକ୍ଷୁ ପରୀକ୍ଷା ତଥା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଜନ ହିତକର କାର୍ଯ୍ୟକ୍ରମକୁ ସ୍ଥାନୀୟ ରୋଟାରି କ୍ଲବର ସଭାପତି ଜି. ଭେଙ୍କଟ ରାଓ, କିଶୋର ଚୌଧୁରି, ଏ ରାମ କ୍ରିଷ୍ଣା, ଜି. ସିବା ରେଡ୍ଡି, ରାମ ଅବତାର ଗୁପ୍ତା ପରିଚାଳନା କରିଥିଲେ । ଏହି ଅବସରରେ ଚକ୍ଷୁ ବିଶେଷଜ୍ଞ ଡାକ୍ତର ନମ୍ରତା ଓ ବସନ୍ତ ପଟ୍ଟନାୟକ ୧୫୦ରୁ ଅଧିକ ବ୍ୟକ୍ତି ବିଶେଷଙ୍କ ଚକ୍ଷୁ ଓ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜୟପୁର ନାଗରିକ କମିଟିର ସଭାପତି ମନୋରଞ୍ଜନ ଦାସ, ସାଧାରଣ ସମ୍ପାଦକ ଗୀତା ପ୍ରକାଶ ଚନ୍ଦ୍ର ମିଶ୍ର, ନରେଶ ନାଥ ନାୟକ ଯୋଗଦେଇଥିଲେ । ଏହି ଜନହିତ କର କାର୍ଯ୍ୟକ୍ରମକୁ ଜୟପୁରବାସୀ ସ୍ୱାଗତ କରିଥିଲେ ।