କନ୍ଧମାଳ, କେନ୍ଦ୍ର ସଂଖ୍ୟାଲଘୁ ସମ୍ପ୍ରଦାୟ ମନ୍ତ୍ରୀ ଜହନ ବାରଲା ଆଜି ରାଇକିଆ, ଚକାପାଦ ଆଦି ଅଂଚଳ ଗସ୍ତରେ ଯାଇ ପ୍ରବଳ ବର୍ଷା ସତ୍ବେ ଅଂଚଳରେ ଚାଲିଥିବା କେନ୍ଦ୍ର ସରକାରଙ୍କ ବିକାଶମୂଳକ କାର୍ଯ୍ୟକ୍ରମ ବୁଲି ଦେଖିବା ସହ ସଂଖ୍ୟାଲଘୁ ସମ୍ପ୍ରଦାୟର ପ୍ରତିନିଧି ମାନଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ବିକାଶମୂଳକ କାର୍ଯ୍ୟ ଯେପରି ଅଧିକ ତ୍ଵରାନ୍ୱିତ ହୋଇପାରିବ ସେଥିପ୍ରତି ଦୃଷ୍ଟିଦେବା ଲାଗି କେନ୍ଦ୍ରମନ୍ତ୍ରୀ ଯୋହନ ବାରଲା ପରାମର୍ଶ ଦେଇଥିଲେ। ପରେ ବିଜେପି ଦଳୀୟ କର୍ମୀ ଓ ନେତାଙ୍କ ସହ ସାଙ୍ଗଠନିକ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ।
ମନ୍ତ୍ରୀଙ୍କ ଗସ୍ତ ସମୟରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲା ବିଜେପି ଉପସଭାପତି ସଭାପତି ଜଗନାଥ ସାହୁ, ଉପସଭାପତି ରମେଶ ମହାନ୍ତିଙ୍କ ସମେତ ଅନ୍ୟାନ୍ୟ କାର୍ଯ୍ୟକର୍ତାଓ କର୍ମୀ ଉପସ୍ଥିତ ଥିଲେ। ମନ୍ତ୍ରୀ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ମଧ୍ୟ କରିଥିଲେ।