କନ୍ଧମାଳ, କେନ୍ଦ୍ର ସଂଖ୍ୟାଲଘୁ ମନ୍ତ୍ରୀ ଯୋହନ ବାରଲାଙ୍କୁ ରବିବାର ସକାଳେ ଫୁଲବାଣୀ ପୋୖରାଧ୍ୟକ୍ଷା ଶ୍ରୀମତୀ ସ୍ମିତାରାଣୀ ମହାନ୍ତି ସ୍ଥାନୀୟ ସର୍କିଟ ହାଉସଠାରେ ସୌଜନ୍ୟମୂଳକ ସାକ୍ଷାତ କରିବାସହ ପୌରାଞ୍ଚଳରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ।
କେନ୍ଦ୍ରସରକାରଙ୍କ ଯୋଜନାର ସୁଫଳ ଯେପରି ଗ୍ରାମାଞ୍ଚଳ ଲୋକଙ୍କ ପାଖରେ ପହଂଚିବ ସେଥିପ୍ରତି ଦୃଷ୍ଟି ଦେବାଲାଗି ପରାମର୍ଶ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲା ବିଜେପି ସଭାପତି ଜଗନ୍ନାଥ ସାହୁ, ଉପସଭାପତି ରମେଶ ମହାନ୍ତି, ନଗର ବିଜେପି ସଭାପତି ସୁଶାନ୍ତ ମହାନ୍ତିଙ୍କ ସମେତ ବହୁ ବିଜେପି ନେତା ସର୍କିଟ ହାଉସରେ ପହଂଚି କେନ୍ଦ୍ରମନ୍ତ୍ରୀଙ୍କୁ ସ୍ଵାଗତ ସମ୍ବର୍ଧନା ଜଣାଇଥିଲେ । ପରେ ବିଜେପି କର୍ମକର୍ତାଙ୍କ ସହ ମଧ୍ୟ ସଂଗଠନ ସମ୍ପର୍କରେ ଆଲୋଚନା କରିବା ସହ ସଂଗଠନକୁ ସୁଦୃଢ କରିବାକୁ ନେତା ଓ କର୍ମୀ ମାନଙ୍କୁ ପରାମର୍ଶ ଦେଇଥିଲେ।