ନୂଆଦିଲ୍ଲୀ, ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ଶନିବାର ଦିନ ନୂଆଦିଲ୍ଲୀ ସ୍ଥିତ ଜାପାନୀ ଦୂତାବାସ ଯାଇ ଥିଲେ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ସିଂଜୋ ଆବେଙ୍କ ହତ୍ୟାକୁ ନେଇ ଶୋକ ବ୍ୟକ୍ତ କରିଥିଲେ । ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ନିଜେ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି ।
ସେ ଟ୍ନିଟ କରି କହିଛନ୍ତି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ସିଂଜୋ ଆବେଙ୍କ ହତ୍ୟା ଉପରେ ରାଷ୍ଟ୍ରଦୂତ ସତୋଷୀ ସୁଜୁକୀଙ୍କୁ ନିଜର ସମବେଦନା ବ୍ୟକ୍ତ କରିବାକୁ ସେ ଜାପାନୀ ଦୂତାବାସ ଯାଇଥିଲେ ।