ଗଞ୍ଜାମ – ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଆଜି ସକାଳେ ବ୍ରହ୍ମପୁର ସିଟି ହସପିଟାଲ ପରିଦର୍ଶନ କରି ଏଠାରେ କିପରି ଡାକ୍ତର ରୋଗୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଛନ୍ତି । ରୋଗୀଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ମିଳୁଛି କି ନାହିଁ । ନିରାମୟ ଔଷଧ ବିତରଣ ବ୍ୟବସ୍ଥା, ମେଡିକାଲର ବିଭିନ୍ନ ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ରୋଗୀଙ୍କ ସମ୍ପର୍କୀୟ, ମେଡିକାଲ କର୍ମଚାରୀ ଓ ଡାକ୍ତରଙ୍କ ସହିତ ଆଲୋଚନା କରିଥିଲେ । ଏହାପରେ ରକ୍ତଦାନ ମହତ୍ ଦାନ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଜିଲ୍ଲାପାଳ ଏଠାରେ ଏକ ୟୁନିଟ୍ ରକ୍ତଦାନ କରିଥିଲେ । ଜିଲ୍ଲାପାଳଙ୍କ ଏହି ମହତ୍ କାର୍ଯ୍ୟକୁ ସାଧାରଣରେ ବେଶ୍ ପ୍ରଶଂସା କରାଯାଇଛି।
Related Stories
November 25, 2024