ଭୁବନେଶ୍ୱର, ରାଜ୍ୟରେ ଗୋଟିଏ ଦିନରେ ୫୧୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୯୨୯୨୮ କୁ ବୃଦ୍ଧି ପାଇଛି । ସେହିପରି ୧୮ ବର୍ଷରୁ ୫୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୦୯୫୪ ହୋଇଛି । ରାଜ୍ୟରେ ବର୍ତମାନ ସୁଦ୍ଧା ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୭୯୫ ରହିଛି ।
ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୦୦ ଜଣ ସଂଗରୋଧରୁ ଓ ୨୧୨ ଜଣ ସ୍ଥାନୀୟ ସମ୍ପର୍କରୁ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୨୨ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲାରେ ୧, ବାଲେଶ୍ୱର ଜିଲ୍ଲାରେ ୩, ବରଗଡ ଜିଲ୍ଲାରେ ୧, ଭଦ୍ରକ ଜିଲ୍ଲାରେ ୧, କଟକ ଜିଲ୍ଲାରେ ୮୯. ଦେବଗଡ ଜିଲ୍ଲାରେ ୨, ଗଂଜାମ ଜିଲ୍ଲାରୁ ୨, ଜଗତସିଂହପୁର ଜିଲ୍ଲାରେ ୁ ୮,ଯାଜପୁର ଜିଲ୍ଲାରେ ୧୦. ଝାରସୁଗୁଡା ଜିଲ୍ଲାରେ ୭, କଳାହାଣ୍ଡି ଜିଲ୍ଲାରେ ୧, କେନ୍ଦ୍ରାପଡା ଜିଲ୍ଲାରେ ୩, କେନ୍ଦୁଝର ଜିଲ୍ଲାରେ ୩, ଖୋର୍ଧା ଜିଲ୍ଲାରେ ୨୩୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମାଲକାନଗିରି ଜିଲ୍ଲାରେ ୩, ମୟୁରଭଂଜ ଜିଲ୍ଲାରେ ୮, ନୟାଗଡ ଜିଲ୍ଲାରେ ୧, ପୁରୀ ଜିଲ୍ଲାରେ ୨୯, ରାୟଗଡା ଜିଲ୍ଲାରେ ୨, ସମ୍ବଲପୁର ଜିଲ୍ଲାରେ ୬ , ସୋନପୁୁର ଜିଲ୍ଲାରେ ୧୫,ସୁନ୍ଦରଗଡ ଜିଲ୍ଲାରେ ୨୯ ଓ ଷ୍ଟେଟ ପୁଲରେ ୫୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅବଶିଷ୍ଟ ୮ ଟି ଜିଲ୍ଲାରୁ ଜଣେ ହେଲେ ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି ।