ବଲାଙ୍ଗିର, ମାଲପଡା ସ୍ଥିତ ଖଦ୍ୟୋତ ଅନୁଷ୍ଠାନର ଏକ ମାସିକିଆ ବୈଠକ ସଭାପତି ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବର୍ତ୍ତମାନ ବର୍ଷା ଋତୁରେ ସ୍ଵାସ୍ଥ୍ୟ ପାଇଁ ନିଜର ଘର ବାହାର ସଫା ରଖିବା, ଡ୍ରେନରେ ମଇଳା ନ ପକାଇବା, ସୁଷମ ଖାଦ୍ୟ ଖାଇବା, ମଶା ଦାଉରୁ ରକ୍ଷା ପାଇଁ ସନ୍ଧ୍ୟାରେ ଧୂପ ଓ ରାତ୍ରିରେ ମଶାରି ଟାଣି ଶୋଇବା, ବିଶେଷ କରି କରୋନାକୁ ଆଖିରେ ଆଗରେ ରଖି ଯେ କୌଣସି ସ୍ଥାନରେ ଅଯଥା ଗହଳି ନ କରିବା, ଗହଳି ଥିବା ସ୍ଥାନକୁ ନ ଯିବା, ଠିକ୍ ହିସାବରେ ମାକ୍ସ ପିନ୍ଧିବା ଇତ୍ୟାଦି ଉପରେ ଲୋକଙ୍କୁ ସଚେତନ କରିବା ଉପରେ ସଭ୍ୟମାନେ ମତବ୍ୟକ୍ତ କରିଥିଲେ । ଆଗାମୀ ଦିନରେ ମେଟ୍ରିକ ତଥା ଅନ୍ୟାନ୍ୟ ପରିକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରିବା ପାଇଁ ସ୍ଥିରିକୃତ ହୋଇଥିଲା ।
ଏହି ସଭାରେ ଉପ-ସଭାପତି ରବି ଚନ୍ଦ୍ର ପଶାୟତ, ସଂପାଦକ ତଥା ବିଶିଷ୍ଟ ସମାଜସେବୀ ଆକୁଳ ବେହେରା, ପଞ୍ଚାନନ ସେଠ, ଦଧିବାମନ ଦାଶ, ଡା. ରାମ ପ୍ରସାଦ ବେହେରା, ମୀନ କେତନ ମାଝି, ଉମାକାନ୍ତ ନାଥ, ହରେରାମ ବଗର୍ତ୍ତି, ଇଂ. ରମେଶ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ରହି ମତାମତ ପ୍ରଦାନ କରିଥିଲେ । ଶେଷରେ ରାଜେଶ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।