କନ୍ଧମାଳ, ଦ୍ରୌପଦୀ ମୁର୍ମୁ ଏନଡିଏର ରାଷ୍ଟ୍ରପତି ପାର୍ଥୀ ହେବା ପରେ ତାଙ୍କୁ ସ୍ବାଗତ ଜଣାଇ ଗୀତ ଗାଇଛନ୍ତି କନ୍ଧମାଳ ଜିଲ୍ଲାର ଜଣାଶୁଣା କଣ୍ଠଶିଳ୍ପୀ ଅସୀତ କୁମାର ନନ୍ଦ। ଗୀତଟିକୁ ସଙ୍ଗୀତ ନିର୍ଦେଶକ ତ୍ରିଶୁଳ ଭଞ୍ଜ ସଙ୍ଗୀତରେ ସଜାଇ ଥିବା ବେଳେ ରଚନା କରିଛନ୍ତି ବାବୁନ୍ । ଫୁଲବାଣୀ ସ୍ଥିତ ପାମି ଷ୍ଟୁଡିଓ ଠାରେ ଏହାର ରେକର୍ଡ଼ିଂ ହୋଇଛି । ସୁଜିତ ଭାଇ ପ୍ରଡ଼କ୍ସନରେ ବାହୁଡା ଅବସରରେ ଏହାର ଲୋକାର୍ପଣ କରାଯାଇଛି । ଗୀତଟିରେ ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇବା ସହ ଜଗନ୍ନାଥଙ୍କ ପାଖରେ ତାଙ୍କ ପାଇଁ ଆଶୀର୍ବାଦ ଭିକ୍ଷା କାରାଯାଇଛି । ଆଗରୁ ଅସିତ୍ ନନ୍ଦଙ୍କ ଅନେକ ଭଜନ ଓ ଆଧୁନିକ ଗୀତକୁ ସ୍ରୋତା ବେଶ ପ୍ରଶଂସା କରିଛନ୍ତି। ଏଣୁ ଏହି ଗୀତ ମଧ୍ୟ ଜନ ଆଦୃତ ହେବ ବୋଲି ଆଶା କରାଯାଉଛି।
Related Stories
November 24, 2024
November 24, 2024