ମାଲକାନଗିରି – ଶିଶୁ ଦିବସ ପାଳନ ଅବସରରେ ମାଲକାନଗିରି ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା କାମବେଡ଼ାସ୍ଥିତ ଉଚ୍ଚ ବିଦ୍ୟାଳୟଠାରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମାଲକାନଗିରି, ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଅମରେଶ ନାୟକ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ମାଲକାନଗରି, ପ୍ରହଲ୍ଲାଦ ସାହାଇ ମିନ୍ନା ଓ ଅଧ୍ୟାପକ ତଥା ତାଲିମ ପ୍ରାପ୍ତ ସ୍ୱେଚ୍ଛାସେବୀ ଡା. ରଂଜନ କୁମାର ସ୍ୱାଇଁ, ବିଦ୍ୟାଳୟର ଶିକ୍ଷକ ଓ ଛାତ୍ର ଆଇନ ସେବା କ୍ଲବର ଭାରପ୍ରାପ୍ତ ଶିକ୍ଷକ ଜୟନ୍ତ କୁମାର ମହନା ପ୍ରମୁଖ ଯୋଗଦେଇ ଶିଶୁ ମାନଙ୍କ ସକାଶେ ଉଦ୍ଦିଷ୍ଟ ବିଭିନ୍ନ ଆଇନ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସରକାରଙ୍କ ଦ୍ୱାରା ପ୍ରଦତ ବିଭିନ୍ନ ଶିଶୁ ସମ୍ପର୍କିତ ନିୟମ ଏବଂ ସରକାରଙ୍କ ଦ୍ୱାରା ପ୍ରଦତ ବିଭିନ୍ନ ଯୋଜନା ଯଥା ବାର୍ଦ୍ଧକ୍ୟ ଭତା, ବିଧବା ଭତା, ଭିନ୍ନକ୍ଷମ ଭତା, ଜାତୀୟ ପରିବାର ମଙ୍ଗଳ ଯୋଜନା ଭଳି ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ବିସ୍ତୃତ ଭାବରେ ସଚେତନତା କରିବା ସଂଗେ ସଂଗେ ଆଇନସେବା ପ୍ରାଧିକରଣର କାର୍ଯ୍ୟକ୍ରମ ଯେପରି ମାଗଣା ଆଇନସେବା, ମଧ୍ୟସ୍ତିତା ଓ ଆପୋସ ମିଳାମିଶା ମାଧ୍ୟମରେ ମାମଲାର ସମାଧାନ ଏବଂ ଜାତୀୟ ଆଇନ ସେବା ପ୍ରାଧିକରଣ ଦ୍ୱାରା ପ୍ରଦତ ୧୦ଟି ନୂଆ ଯୋଜନା ସମ୍ପର୍କରେ ମଧ୍ୟ ବିସ୍ତୃତ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଉକ୍ତ ବିଦ୍ୟାଳୟର ୧୦୦ରୁ ଉଦ୍ଧ୍ୱର୍ ଛାତ୍ର ଉପସ୍ଥିତ ଥିଲେ ।
Related Stories
November 24, 2024