କନ୍ଧମାଳ,କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ମାଝୀପଡା ଗାଁ ନିକଟରେ ଥିବା ସୁରକା ପଟାଙ୍ଗୀ ନାଳରେ ବୁଡ଼ିଯାଇ ଏକ ଅଢେଇ ବର୍ଷର ଶିଶୁର ମୃତ୍ୟୁ ଘଟିଛି । ମୃତ ଶିଶୁ ଜଣକ ମଝିପଡ଼ା ଗାଁର ବିକାଶ କହଁରଙ୍କ ଏକମାତ୍ର ପୁଅ ଆୟୁଷ କହଁର ବୋଲି ଜଣାପଡିଛି।
ସୂଚନା ଅନୁସାରେ, ମୃତ ଶିଶୁ ଜଣକ ଆଜି ସକାଳେ ତା ମା ସହିତ ନାଳକୁ ଗାଧୋଇବା ପାଇଁ ଯାଇଥିଲା। ପୁଅକୁ ଛାଡି ମା ଶୌଚ ହେବା ପାଇଁ ଯାଇଥିବା ବେଳେ ଶିଶୁଟି ନାଳ ପାଣିରେ ବୁଡି ଯାଇଥିଲା। ଖବର ପାଇ ସ୍ଥାନୀୟ ଲୋକେ ଶିଶୁକୁ ପାଣିରୁ ଉଦ୍ଧାର କାରି ଫିରିଙ୍ଗିଆ ମେଡିକାଲକୁ ଆଣିଥିଲେ। ହେଲେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ପରେ ଖବର ପାଇ ଫିରିଙ୍ଗିଆ ଥାନା ଅଧିକାରୀ ପି. ଶ୍ୟାମସୁନ୍ଦର ରାଓଙ୍କ ନିର୍ଦେଶ କ୍ରମେ ଥାନାରେ କାର୍ଯ୍ୟରତ ଏଏସଆଇ ପ୍ରମୋଦ କୁମାର ପ୍ରଧାନ ମେଡିକାଲରେ ପହଂଚି ଶବକୁ ଜବତ କରି ବ୍ୟବଛେଦ ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ପଠାଇବା ସହ ଏନେଇ ଅଧିକ ତଦନ୍ତ ଜାରି ରଖିଛନ୍ତି। ଏ ନେଇ ଫିରିଙ୍ଗିଆ ଥାନା ପୋଲିସ ୫/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।