ଭୁବନେଶ୍ୱର,ପ୍ରଦେଶ କିଷାନ କଂଗ୍ରେସର ରାଜ୍ୟ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ଜରୁରୀ ବୈଠକ ଓ ଆଲୋଚନାଚକ୍ର ଆସନ୍ତା ୧୬ତାରିଖ ଦିନ ୧୦ ଘଟିକା ସମୟରେ ପ୍ରଦେଶ କଂଗ୍ରେସ ଭବନ କାର୍ଯ୍ୟାଳୟରେ ପିସିିସି କିଷାନ କଂଗ୍ରେସ ରାଜ୍ୟ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ । ଉକ୍ତ ବୈଠକରେ ପିସିସି ସଭାପତି ଶରତ ପଟ୍ଟନାୟକ, ଦଳର ବରିଷ୍ଠ ବିଧାୟକ ଓ ବରିଷ୍ଠ ନେତୃବୃନ୍ଦ ନିମନ୍ତ୍ରୀତ ଅତିଥି ଭାବରେ ଉପସ୍ଥିତ ରହି ରାଜ୍ୟର କୃଷି ଓ କୃଷକମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ କିଷାନ କଂଗ୍ରେସ ତରଫରୁ ଆଗାମୀ ଦିନରେ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ ସମ୍ପର୍କରେ ପରାମର୍ଶ ପ୍ରଦାନ କରିବେ । ଏଣୁ ଉକ୍ତ ବୈଠକରେ କିଷାନ କଂଗ୍ରେସ ରାଜ୍ୟ କମିଟିର ସମସ୍ତ କର୍ମକର୍ତ୍ତା/ ସମସ୍ତ ସଦସ୍ୟ/ ସମସ୍ତ ଜିଲ୍ଲା, ବ୍ଳକ, ନଗର କିଷାନ କଂଗ୍ରେସ ସଭାପତି ଓ ସ୍ୱତନ୍ତ୍ର ନିମନ୍ତ୍ରୀତ ସଦସ୍ୟ, ପରାମର୍ଶଦାତାମାନଙ୍କୁ ଉପସ୍ଥିତ ହେବାକୁ କମିଟିର ଉପାଧ୍ୟକ୍ଷ ପ୍ରେମାନନ୍ଦ ସ୍ୱାଇଁ ଜଣାଇଛନ୍ତି ।
Related Stories
November 22, 2024