
ପବିତ୍ର ଶରଧାବାଲି ର ତିନିରଥ ସମ୍ମୁଖରୁ ଆରମ୍ଭ ହୋଇଛି,”ଜଗା ପାଇଁ ଗଛଟିଏ ଲଗା”। ପ୍ରେରଣା ଗ୍ରୀନ୍ ଆର୍ମି,ମିଶନ ଓଡ଼ିଶା ର ମିଳିତ ସହଯୋଗରେ ଡକ୍ଟର ଦିଲୀପ ଶ୍ରୀଚନ୍ଦନ, ବଦ୍ରି ମିଶ୍ର, କଳ୍ପନା ଦାସ ଓ ମଧୁସୂଦନ ମିଶ୍ରଙ୍କ ନେତୃତ୍ବରେ ଅନୁଷ୍ଠିତ ରାଲିକୁ ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ଉଦଘାଟନ କଲାପରେ,ଏନସିସି,ଏନ୍ ଏସ୍ ଏସ୍, ରେଡକ୍ରସ, ସେଣ୍ଟ ଜନ ଆମ୍ବୁଲାନ୍ସ,ସ୍କାଉଟ ଗାଇଡସ୍, ପ୍ରେରଣା ଇଣ୍ଟରନ୍ୟାସନାଲ,ମିଶନ ଓଡ଼ିଶା,ଶିଶୁ ଓ ମହିଳା ବିକାଶ ସଂସ୍ଥା ସମେତ ଅନେକ ପ୍ରକୃତିପ୍ରେମୀ ରାଲିରେ ସହର ପରିକ୍ରମା କରି ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ପରିସରରେ ଏକତ୍ରିତ ହୋଇଥିଲେ।ଗ୍ରୀନ ଆର୍ମି କମାଣ୍ଡାଣ୍ଟ ବଦ୍ରି ମିଶ୍ର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ପରିବେଶ ସଭାରେ ନୀରଦ ଖୁଣ୍ଟିଆ,ଶୋଭାରାଣୀ ସ୍ବାଇଁ, ଜୟନ୍ତୀ ମହାପାତ୍ର, ଗଣେଶ୍ଵର ସାହୁ,ଅଜୟ ପ୍ରଧାନ, ଭାସ୍କର ପୂଜାରୀ,ମାନସ ଦାସ,ଲାଲା ଅନନ୍ତ ସିଂହ,କମଳ ଦାଶ ପ୍ରମୁଖ ଉଦବୋଧନ ଦେଇଥିଲେ।ଏହି ଅବସରରେ ନିମ୍ବ ଗଛ ରୋପଣ କରାଯିବା ସହ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡାକ୍ତର ସୁର୍ଦଶନ ବେହେରାଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଶ୍ୟାମପ୍ରକାଶ ସେନାପତି।
