କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ପରମ୍ପରା ଅନୁସାରେ ସପ୍ତମୀ ରେ ରଥ ଦକ୍ଷିଣ ମୋଡ଼ ହୋଇ ନାକଚଣା ଦ୍ୱାର ଠାରେ ପହଞ୍ଚିଛନ୍ତି।ମହାପ୍ରଭୁଙ୍କ ସକାଳଧୂପ ଘ.୧୨.୫୦ ରେ ଶେଷ ହେବାପରେ, ଘ.୧.୪୫ ରେ ରଥ ଆଜ୍ଞାମାଳ ବିଜେ ହୋଇଥିଲା |ଏହାପରେ ରଥ ଦକ୍ଷିଣ ମୋଡ଼ ଘ.୨.୩୦ ରେ ଆରମ୍ଭ ହୋଇ ଘ.୭.୪୦ ସୁଦ୍ଧା ତିନି ରଥ ଦକ୍ଷିଣ ମୋଡ଼ ହୋଇ ନାକଚଣା ଦ୍ୱାର ଠାରେ ପହଞ୍ଚିଛି ।
ପ୍ରଥମେ ଦେବଦଳନ ରଥ ଦକ୍ଷିଣ ମୋଡ଼ ଘ.୨.୩୦ ରୁ ଘ.୩.୪୫
ତାଳଧ୍ଵଜ ରଥ ଦକ୍ଷିଣ ମୋଡ଼ ଘ.୪.୧୫ ରୁ ଘ.୬.୦୦
ଶେଷରେ ନନ୍ଦିଘୋଷ ରଥ ଦକ୍ଷିଣ ମୋଡ଼ ଘ.୬.୨୦ ରୁ ଘ.୭.୪୦ ସମୟରେ ସମ୍ପୂର୍ଣ୍ଣ ହୋଇଥିଲା |
Related Stories
November 24, 2024
November 24, 2024