ପୁରୀ,୧୫ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଆଜି ପୂର୍ବାହ୍ନରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଖଦି ଭିଲେଜ ବୋର୍ଡ଼ ଇଣ୍ଡଷ୍ଟ୍ରିର ସୁପରଭାଇଜର୍ ନାରାୟଣ ପଟ୍ଟନାୟକ । ସେ ପୁରୀ ଜିଲ୍ଲା ଶିଳ୍ପ କେନ୍ଦ୍ର (ଡିଆଇସି)ରେ କାର୍ଯ୍ୟରତ ଥିଲେ । ଜଣେ ଋଣଗ୍ରହୀତାଙ୍କ ୨ ଲକ୍ଷ ୪୫ ହଜାର ଋଣରୁ ସବସିଡ଼ି କରାଇଦେବାକୁ ସେ ଏହି ଲାଂଚ ଗ୍ରହଣ କରୁଥିଲେ । ଏହି ସମୟରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇ ଲାଂଚ ବାବଦ ୧୫ ହଜାର ଟଙ୍କା ତାଙ୍କ ନିକଟରୁ ଜବତ କରାଯିବା ସହ ତାଙ୍କୁ କାବୁ କରାଯାଇଛି । ଏ ସଂକ୍ରାନ୍ତରେ ଭୁବନେଶ୍ଵର ଭିଜିଲାନ୍ସ ଥାନାରେ ୧୭/୨୨ ରେ ଏକ ମାମଲା ରୁଜ୍ଜୁ କରାଯାଇଛି । ଭିଜିଲାନ୍ସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି ।
Related Stories
November 23, 2024