-
ଉମରକୋଟରେ ବଣିକ ସଂଘ ପକ୍ଷରୁ ୧୨ ଘଂଟିଆ ବନ୍ଦ ପାଳନ
ନବରଙ୍ଗପୁର, ଜିଏସଟି ଚଢ଼ଉ ପ୍ରତିବାଦରେ ନବରଙ୍ଗପୁର ଜିଲ୍ଲା ଉମରକୋଟରେ ଆଜି ବଣିକ ସଂଘ ପକ୍ଷରୁ ୧୨ ଘଂଟିଆ ବନ୍ଦ ପାଳନ କରାଯାଇଛି । ଫଳରେ ସହରରେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ତେବେ ଯାନବାହନ ଚଳାଚଳ ସ୍ଵାଭାବିକ୍ ରହିଛି । ସମସ୍ତ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ଖୋଲା ରହିଛି । ସ୍କୁଲ କଲେଜ ମଧ୍ୟ ଖୋଲା ରହିଛି ।
ଏହି ପରିପ୍ରେକ୍ଷୀରେ ଉମରକୋଟର ଧର୍ମଶାଳା ନିକଟରୁ ଆଜି ପୂର୍ବାହ୍ନରେ ବଣିକ ସଂଘର ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ସହ ତହସିଲଦାରଙ୍କୁ ଭେଟି ଏ ସମ୍ବଳିତ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ଏହି ଶୋଭାଯାତ୍ରାରେ ବଣିକ ସଂଘର ଶତାଧିକ କର୍ମକର୍ତା ସାମିଲ୍ ହୋଇଥିଲେ ।