ଭୁବନେଶ୍ୱର, ରନ୍ଧନ ଗ୍ୟାସ୍ର ଏକାଥରକେ ସିଲିଣ୍ଡର ପିଛା ୫୦ଟଙ୍କା ବୃଦ୍ଧିର ପ୍ରତିବାଦରେ ଗୁରୁବାର ସିପିଆଇ ଓ ବିକେଏମୟୁ ପକ୍ଷରୁ ରାଜଧାନୀ ଭୁବନେଶ୍ୱରରେ ବିକ୍ଷୋଭ ଏବଂ ରାସ୍ତାରୋକ ଆନେ୍ଦାଳନ ଅନୁଷ୍ଠିତ ହୋଇଯାଇଛି ।
ପୂର୍ବାହ୍ନରେ ଶତାଧିକ ମହିଳା ଓ ପୁରୁଷ ପାର୍ଟିର ରାଜ୍ୟ ଦପ୍ତର ଭଗବତୀ ଭବନଠାରୁ ଏକ ଶୋଭାଯାତ୍ରାରେ ବାହାରିଥିଲେ । ସେମାନେ ଦଳୀୟ ପତାକା, ବ୍ୟାନର ଓ ଗ୍ୟାସ୍ ଦର ବୃଦ୍ଧି ବିରୋଧରେ ଲେଖାଥିବା ବିଭିନ୍ନ ପ୍ଲାକାର୍ଡ଼ମାନ ହାତରେ ଧରିବା ସହିତ ଗ୍ୟାସ୍ ସିଲିଣ୍ଡରମାନ ମୁଣ୍ଡାଇ ଶୋଭାଯାତ୍ରାରେ ଯାଇଥିଲେ । ଶୋଭାଯାତ୍ରାକାରୀମାନେ ସମଗ୍ର ଅଶୋକନଗର ଅଞ୍ଚଳ ପରିକ୍ରମା କରି ରାଜମହଲ ଛକ ନିକଟରେ ବିକ୍ଷୋଭ ପ୍ରଦର୍ଶନ ସହିତ ରାସ୍ତାରୋକୋ ମଧ୍ୟ କରିଥିଲେ ।
ସେଠାରେ ଭୁବନେଶ୍ୱର ଜୋନ୍ ସମ୍ପାଦକ ସୁର ଜେନା ବିକ୍ଷୋଭକାରୀମାନଙ୍କୁ ଉଦ୍ବୋଧନ ଦେଇ କେନ୍ଦ୍ର ବିଜେପି ସରକାର ଗତ ୧ ବର୍ଷ ମଧ୍ୟରେ ୧୩ଥର ଗ୍ୟାସ୍ ଦର ବଢ଼ାଇ ସାରିଲେଣି ଏବଂ ଏହା ଗୃହିଣୀମାନଙ୍କ ହାଣ୍ଡିଶାଳ ଉପରେ ମୋଦିଙ୍କ ଆକ୍ରମଣ ବୋଲି ମତବ୍ୟକ୍ତ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ କୈଳାସ ପୁହାଣ, ଶଙ୍କର ବାରିକ, କ୍ଷେତ ମୂଲିଆ ନେତା ଛେତମ୍ବର ଭୋଇ, ଆଦିବାସୀ ନେତା ଡାକ ହେମ୍ବ୍ରମ୍, ନାରୀନେତ୍ରୀ ପାର୍ବତୀ ଲାଗୁରି, ଅଶୋକ ବାରିକ, ବୁଧିବାମନ ଦାସ ପ୍ରମୁଖ ଏହି ବିକ୍ଷୋଭ, ଆନେ୍ଦାଳନ ଓ ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ ।