ଭୁବନେଶ୍ୱର, ରାଜ୍ୟରେ ଗୋଟିଏ ଦିନରେ ୪୨୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୯୧୯୪୬ କୁ ବୃଦ୍ଧି ପାଇଛି । ସେହିପରି ୧୮ ବର୍ଷରୁ ୫୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୦୫୩୨ ହୋଇଛି । ରାଜ୍ୟରେ ବର୍ତମାନ ସୁଦ୍ଧା ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୨୩୫ ରହିଛି ।
ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୫୧ ଜଣ ସଂଗରୋଧରୁ ଓ ୧୭୭ ଜଣ ସ୍ଥାନୀୟ ସମ୍ପର୍କରୁ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୨୩ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲାରେ ୨୨, ବରଗଡ ଜିଲ୍ଲାରେ ୪, ଭଦ୍ରକ ଜିଲ୍ଲାରେ ୫, କଟକ ଜିଲ୍ଲାରେ ୮୮. ଦେବଗଡ ଜିଲ୍ଲାରେ ୧, ଗଂଜାମ ଜିଲ୍ଲାରୁ ୧, ଜଗତସିଂହପୁର ଜିଲ୍ଲାରେ ୁ ୬,ଯାଜପୁର ଜିଲ୍ଲାରେ ୫. ଝାରସୁଗୁଡା ଜିଲ୍ଲାରେ ୪, କଳାହାଣ୍ଡି ଜିଲ୍ଲାରେ ୧, କନ୍ଧମାଳ ଜିଲ୍ଲାରେ ୧, ଖୋର୍ଧା ଜିଲ୍ଲାରେ ୧୮୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କୋରାପୁଟ ଜିଲ୍ଲାରେ୧. ମାଲକାନଗିରି ଜିଲ୍ଲାରେ ୨. ମୟୁରଭଂଜ ଜିଲ୍ଲାରେ ୮, ନୟାଗଡ ଜିଲ୍ଲାରେ ୪, ନୂଆପଡା ଜିଲ୍ଲାରେ ୩, ପୁରୀ ଜିଲ୍ଲାରେ ୧୧, ରାୟଗଡା ଜିଲ୍ଲାରେ ୨, ସମ୍ବଲପୁର ଜିଲ୍ଲାରେ ୯ , ସୋନପୁୁର ଜିଲ୍ଲାରେ ୨,ସୁନ୍ଦରଗଡ ଜିଲ୍ଲାରେ ୨୦ ଓ ଷ୍ଟେଟ ପୁଲରେ ୪୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅବଶିଷ୍ଟ ୭ ଟି ଜିଲ୍ଲାରୁ ଜଣେ ହେଲେ ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି