ଭୁବନେଶ୍ୱର, ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି (ଶୁକ୍ରବାର) ଓଡ଼ିଶା ଆସବେ । ତାଙ୍କୁ ସ୍ୱାଗତ କରିବା ପାଇଁ ସରକାରଙ୍କ ପକ୍ଷରୁ ଭବ୍ୟ ଆୟୋଜନ କରାଯାଇଛି । ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଦ୍ରୌପଦୀ ମୁର୍ମୁ ଭୁବନେଶ୍ୱରର ବିମାନବନ୍ଦରରେ ପହଂଚିବା ପରେ ପ୍ରଥମେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିବେ । ତାପରେ ସେ ବିଧାନସଭାକୁ ଆସିବେ । ବିଧାନସଭାର ୫୪ ନମ୍ବର କକ୍ଷରେ ବିଜେଡିର ସମସ୍ତ ବିଧାୟକ ଓ ସାଂସଦଙ୍କୁ ଦ୍ରୌପଦୀ ଭେଟି ରାଷ୍ଟ୍ରପତି ନିର୍ବାଚନରେ ତାଙ୍କୁ ସମର୍ଥନ ଦେବାକୁ ନିବେଦନ କରିବେ ।
ସେହିପରି ରାଜ୍ୟ ବିଜେପି ପକ୍ଷରୁ ମଧ୍ୟ ଦୌ୍ରପଦୀ ମୁର୍ମୁୁଙ୍କୁ ଭବ୍ୟ ସ୍ୱାଗତ କରିବାକୁ ପ୍ରସ୍ତୁତି କରାଯାଇଛି । ବିଜେପି ବିଧାୟକ ଓ ସାଂସଦ ମଧ୍ୟ ତାଙ୍କୁ ଭେଟିବେ ବୋଲି ସୂଚନା ରହିଛି ।
ସୂଚନାଯୋଗ୍ୟ ଏନ୍ଡିଏ ପକ୍ଷରୁ ଦ୍ରୌପଦୀ ମୁର୍ମୁଙ୍କୁୁ ପ୍ରାର୍ଥୀ କରାଯିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସମର୍ଥନ ଜଣାଇବେ ବୋଲି ଘୋଷଣା କରିଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ ଦଳମତ ନିର୍ବିଶେଷରେ ଓଡିଆ ଝିଅ ଦୌ୍ରପଦୀଙ୍କୁ ସମର୍ଥନ କରିବାକୁ ଅପିଲ୍ କରିଛନ୍ତିି । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲିଙ୍କୁ ଭେଟିଥିବା ବେଳେ ଦ୍ରୌପଦୀଙ୍କୁ ସମର୍ଥନ ଦେବାକୁ ରାଜି ହୋଇଛନ୍ତି ମକରନ୍ଦ । ସେହିପରି ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶରେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ ଓ ବିଜେଡିର ଅନ୍ୟ ମନ୍ତ୍ରୀ ଏବଂ ବିଧାୟକମାନେ କଂଗ୍ରେସ ଓ ସିପିଏମ୍ ବିଧାୟକମାନଙ୍କୁ ଭେଟି ଆଲୋଚନା କରିଛନ୍ତି ।