କନ୍ଧମାଳ ,କନ୍ଧମାଳ ଜ଼ିଲ୍ଲା କ. ନୂଆଗାଁ ଥାନା ଅନ୍ତର୍ଗତ ବୁଡୁମାହାରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀ ର ବେକକୁ କଟୁରୀରେ କାଟିଦେଲା ସ୍ଵାମୀ। ଗୁରୁବାର ସକାଳୁ ପାରିବାରିକ କହଳରୁ ଏଭଳି ଦୁଖଦ ଘଟଣା ଘଟିଛି। ସ୍ତ୍ରୀ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତୀଥିଲେ ମଧ୍ୟ ଗୁରୁତର ଭାବେ ଆହତ ହୋଇ ଡାକ୍ତରଖାନା ରେ ଭର୍ତ୍ତି ହୋଇଛନ୍ତି।
ସୂଚନା ଯୋଗ୍ୟ, ବୁଡ଼ୁମାହା ଗ୍ରାମର ବିସ୍ମିତା ମଲିକ ସୁଢୁମିଲା ଗାଁର ମଣ୍ଟୁ ମଲିକକୁ ବିବାହ କରିଥିଲେ। ହେଲେ କିଛି ଦିନ ହେବ ଉଭୟଙ୍କ ମଧ୍ୟରେ କଳି ଝଗଡା ଲାଗି ରହିଥିଲା। ସ୍ଵାମୀ ଓ ଶାଶୂଘରର ଗଞ୍ଜଣା ସହ୍ୟ କରିନପାରି ବିସ୍ମିତା ବାପା ଘରକୁ ଚାଲି ଆସିଥିଲେ । ଆଜି କୌଣସି କାରଣରୁ ଉତ୍ୟକ୍ତ ହୋଇ ମଣ୍ଟୁ ଶ୍ଵଶୁର ଘର ଗାଁକୁ ଯାଇଥିଲେ। ପତ୍ନୀ ବିସ୍ମିତା ଗାଧୋଇ ସାରି ଘରକୁ ପଶିବା ପରେ ମଣ୍ଟୁ ଏହିଭଳି କାଣ୍ଡ ଭିଆଇଥିବା ଜଣାପଡିଛି।
ବିସ୍ମିତାଙ୍କୁ ରକ୍ତା ଜୁଡୁବୁଡୁ ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ । ତାଙ୍କୁ ପ୍ରଥମେ କ. ନୂଆଗାଁ ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ପରିବାର ଲୋକଙ୍କ ଅଭିଯୋଗ ପରେ କ ନୂଆଗାଁ ଥାନା ପୋଲିସ ଏହାର ତଦନ୍ତ କରୁଛି। ମଣ୍ଟୁ ପୂର୍ବରୁ ମଧ୍ୟ ପତ୍ନୀ ବିସ୍ମିତାଙ୍କୁ ଆକ୍ରମଣ ଉଦ୍ୟମ କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।