ଭୁବନେଶ୍ୱର, ରାଜ୍ୟରେ ଗୋଟିଏ ଦିନରେ ୪୦୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୯୧୫୧୮ କୁ ବୃଦ୍ଧି ପାଇଛି । ସେହିପରି ୧୮ ବର୍ଷରୁ ୪୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୦୩୮୨ ହୋଇଛି । ରାଜ୍ୟରେ ବର୍ତମାନ ସୁଦ୍ଧା ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୯୫୭ ରହିଛି ।
ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୩୬ ଜଣ ସଂଗରୋଧରୁ ଓ ୧୬୫ ଜଣ ସ୍ଥାନୀୟ ସମ୍ପର୍କରୁ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୨୧ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲାରେ ୧୭, ଭଦ୍ରକ ଜିଲ୍ଲାରେ ୨, କଟକ ଜିଲ୍ଲାରେ ୬୪. ଗଜପତି ଜିଲ୍ଲାରୁ ୬, ଗଂଜାମ ଜିଲ୍ଲାରୁ ୨, ଜଗତସିଂହପୁର ଜିଲ୍ଲାରେ ୁ ୫,ଯାଜପୁର ଜିଲ୍ଲାରେ ୪. କଳାହାଣ୍ଡି ଜିଲ୍ଲାରେ ୨, କେନ୍ଦ୍ରାପଡା ଜିଲ୍ଲାରୁ ୩, ଖୋର୍ଧା ଜିଲ୍ଲାରେ ୧୯୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କୋରାପୁଟ ଜିଲ୍ଲାରେ୧. ମାଲକାନଗାରି ଜିଲ୍ଲାରୁ ୧. ମୟୁରଭଂଜ ଜିଲ୍ଲାରେ ୬, ନୟାଗଡ ଜିଲ୍ଲାରେ ୪, ନୂଆପଡା ଜିଲ୍ଲାରେ ୧, ପୁରୀ ଜିଲ୍ଲାରେ ୧୪, ରାୟଗଡା ଜିଲ୍ଲାରେ ୧, ସମ୍ବଲପୁର ଜିଲ୍ଲାରେ ୫ , ସୋନପୁୁର ଜିଲ୍ଲାରେ ୧,ସୁନ୍ଦରଗଡ ଜିଲ୍ଲାରେ ୧୯ ଓ ଷ୍ଟେଟ ପୁଲରେ ୪୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅବଶିଷ୍ଟ ୯ ଟି ଜିଲ୍ଲାରୁ ଜଣେ ହେଲେ ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି ।