ବରଗଡ଼ – ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ବରପାଲି ସିଡ଼ିପିଓ ସଂଯୁକ୍ତା ଲେଙ୍କାଙ୍କ ବାସଭବନରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଛି । ସଂଯୁକ୍ତାଙ୍କ ବରଗଡ଼ ସହର ସ୍ଥିତ କାଳୀମନ୍ଦିର ଛକ ପାଖ ଘର ଓ ପ୍ରଧାନପାଲି ସ୍ଥିତ ବାସଭବନରେ ଏକକାଳୀନ ଚଢ଼ଉ ହୋଇଥିଲା । ବରଗଡ଼ ଭିଜିଲାନ୍ସ ଡିଏସପି ବରେନ୍ଦ୍ର ନାୟକଙ୍କ ନେତୃତ୍ୱରେ ଭିଜିଲାନ୍ସର ଏକ ଟିମ୍ ଏହି ଚଢ଼ଉରେ ସାମିଲ୍ ହୋଇଥିଲେ । ଚଢ଼ଉ ଜାରୀ ରହିଥିବାରୁ ଏନେଇ ସବିଶେଷ ତଥ୍ୟ ମିଳିପାରିନାହିଁ ।
Related Stories
November 24, 2024
November 24, 2024