ମୁଖୀଗୁଡା, କଳାହାଣ୍ଡି ଜିଲା ଜୟପାଟଣା ତହସିଲ ଅଞ୍ଚଳରେ ଚାଲୁଥିବା ୬ଟି ଷ୍ଟୋନ କ୍ରସରକୁ ମଙ୍ଗଳବାର ସନ୍ଧ୍ୟାରେ ଜୟପାଟଣା ତହସିଲଦାର ସିଲ କରିଛନ୍ତି । ଜୟପାଟଣା ତହସିଲ ଅଞ୍ଚଳରେଏହି ୬ଟି ଷ୍ଟୋନ କ୍ରସରକୁ କୌଣସି ପଥରଖାଦାନରୁ ପଥର ଆଣିବା ପାଇଁ ଲିଜ ଦିଆ ଯାଇନଥିବା ବେଳେ ସେମାନେ ପଥର ଚୋରା ଚାଲାଣ କରି କ୍ରସର ଚଳାଉ ଥିଲେ । ଦୀର୍ଘ ଦିନ ଧରି ଏହି ୟୁନିଟ ଗୁଡ଼ିକ ଚାଲୁଥିଲେ ହେଁ ଗତକାଲି ଜୟପାଟଣା ତହସିଲଦାର ସୁଭଦ୍ରା ମୁଣ୍ଡିକା ଏକଟାଗୁଡା ଠାରେ ଥିବା ସୁଶାନ୍ତ ମୁଣ୍ଡଙ୍କ ଷ୍ଟୋନ କ୍ରସର, ରାଣିବାହାଲ ଠାରେ ଥିବା ଜୟଦୁର୍ଗା ଷ୍ଟୋନ କ୍ରସର, ଅଗ୍ରୱାଲ ଷ୍ଟୋନ କ୍ରସର, ମୁଖୀଗୁଡା ସ୍ଥିତ ବିଦ୍ୟା ଷ୍ଟୋନ କ୍ରସର, ଶ୍ୟାମଜି ଷ୍ଟୋନ କ୍ରସର ମଙ୍ଗଳପୁର, ଡମ୍ବରୁ ଅଗ୍ରୱାଲଙ୍କ ହୀରାପୁର ସ୍ଥିତ ଷ୍ଟୋନ କ୍ରସରକୁ ସିଲ କରାଯାଇଛି ।
ଏଠାରେ ପ୍ରଶ୍ନ ଉଠୁଛି ଯେ, ଏତେ ଦିନ ଧରି ଏହି ଏହି କ୍ରସର ଚାଲୁଥିଲା କିପରି ଏବଂ ଏହି ୟନିଟ ଚାଲିବା ପାଇଁ କିଏ ସୁରକ୍ଷା ଯୋଗାଉଥିଲା । ଆଜି ଅନ୍ୟ ଷ୍ଟୋନ କ୍ରସରଗୁଡିକ ସିଲ ହେବ ବୋଲି ସୂଚନା ମିଳିଛି।