-
୫, ୧୭, ୮୪୭ ଜଣ ପାସ୍ , ୮,୬୯୯ ଜଣ ଫେଲ୍
-
୨, ୫୬, ୮୭୭ ଛାତ୍ର , ୨, ୬୦, ୯୭୦ ଛାତ୍ରୀ ପାସ୍
-
ଜୁଲାଇ ୧୧ରୁ ୨୫ଯାଏଁ ରିଚେକିଂ ଆବେଦନ
ଭୁବନେଶ୍ୱର. ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍ ରେଜଲ୍ଟ । ଚଳିତ ବର୍ଷ ମାଟ୍ରିକ୍ ପାସ୍ ହାର ୯୦.୫୫% ରହିଛି । ଚଳିତ ବର୍ଷ ମୋଟ ୫ ଲକ୍ଷ ୨୬ ହଜାର ୮୧୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୫, ୧୭, ୮୪୭ ଜଣ ପାସ୍ କରିଥିବା ବେଳେ ୮,୬୯୯ ଜଣ ଫେଲ୍ ହୋଇଛନ୍ତି । ଛାତ୍ରଙ୍କ ଠାରୁ ଛାତ୍ରୀ ଆଗୁଆ ରହିଛନ୍ତି । ୨, ୫୬, ୮୭୭ ଛାତ୍ର ପାସ୍ କରିଥିବା ବେଳେ ପାସ୍ କରିଥିବା ଛାତ୍ରୀଙ୍କ ସଂଖ୍ୟା ହେଉଛି ୨, ୬୦, ୯୭୦ । ଏ୧ ଗ୍ରେଡ୍ ରେ ୮୧୧୯ ଛାତ୍ରଛାତ୍ରୀ ପାସ୍ କରିଥିବା ବେଳେ ଏ୨ ରେ ୫୪,୮୮୯, ବି୧ରେ ୧,୨୦,୨୦୩, ବି୨ ରେ ୧,୪୨,୨୬୬, ସିରେ୧,୧୬,୧୧୧, ଡିରେ୫୯,୨୪୫, ଇରେ ୧୪,୬୪୭ ଏବଂ ଏଫ୍ ରେ ୭୭୯୦ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି ।
ବୁଧବାର ଦିନ ୧ଟାରେ କଟକ ବୋର୍ଡ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ଦଶମ ପରୀକ୍ଷା ଫଳ ଘୋଷଣା ହୋଇଛି । ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆନୁଷ୍ଠାନିକ ଭାବେ ରେଜଲ୍ଟ ଘୋଷଣା କରିଛନ୍ତି । ୧୧୭୦ ସ୍କୁଲରେ ସମସ୍ତ ପିଲା ପାସ୍ କରିଛନ୍ତି । ୩ଟି ସ୍କୁଲରେ କୌଣସି ପିଲା ପାସ୍ କରିନାହାନ୍ତି ବୋଲି ମନ୍ତ୍ରୀ କହିଛନ୍ତି । ମାଲକାନଗିରିର ୨ଟି ଓ ଅନୁଗୁଳର ଗୋଟିଏ ସ୍କୁଲରେ ଶୂନ ରେଜଲ୍ଟ ହୋଇଛି । ମାଲକାନଗିରିର ୨ଟି ସ୍କୁଲରେ ମୋଟ ୨ଟି ପିଲା ପଢୁଥିଲେ ଏବଂ ଅନୁଗୁଳର ଉଚ୍ଚ ସ୍କୁଲରେ ମାତ୍ର ୨ଟି ପିଲା ପଢୁଥିଲେ ।
ଅପରପକ୍ଷରେ ରେଜଲ୍ଟରେ ଅସନ୍ତୁଷ୍ଟ ପିଲା ରି-ଚେକିଂ ପାଇଁ ଜୁଲାଇ ୧୧ରୁ ୨୫ ପର୍ଯ୍ୟନ୍ତ ଅନଲାଇନରେ ଆବେଦନ କରିହେବ ।
ଛାତ୍ରଛାତ୍ରୀମାନେ ‘ଙ୍ଗଙ୍ଗଙ୍ଗ.ଭଗ୍ଦରକ୍ଟୟସଗ୍ଦଷବ.ବମ.ସଦ୍ଭ’ ଓ ‘ଙ୍ଗଙ୍ଗଙ୍ଗ.ଭଗ୍ଦରକ୍ଟୟସଗ୍ଦଷବ.ଦ୍ଭସମ.ସଦ୍ଭ’ ୱେବ୍ସାଇଟ୍ରୁ ରେଜଲ୍ଟ ଜାଣିପାରିବେ । ଏହାଛଡ଼ା ଆପଣ ଓଆର (୧୦) ରୋଲ ନମ୍ବର ଲେଖି ୫୬୭୬୭୫୦ ନମ୍ବରକୁ ଏସଏମଏସ୍ କରି ପରୀକ୍ଷା ଫଳ ଜାଣିହେବ ।
ସୂଚନାଥାଉ କି, ଏପ୍ରିଲ୍ ୨୮ରୁ ମେ ୭ ଯାଏ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ମେ ୨୧ରୁ ରାଜ୍ୟର ୫୮ଟି କେନ୍ଦ୍ରରେ ମୂଲ୍ୟାୟନ କରାଯାଇଥିଲା । ଚଳିତ ବର୍ଷ ନୂଆ ମୂଲ୍ୟାୟନ ପଦ୍ଧତିରେ ମୂଲ୍ୟାୟନ କରାଯାଇଛି । ଇଂଟରନାଲ୍ ଆସେସ୍ମେଂଟ, ସମେଟିଭ ଆସେସ୍ମେଂଟ ୱାନ୍ ଓ ସମେଟିଭି ଆସେସ୍ମେଂଟ ଟୁ ର ୱେଟେଜ୍ ଆଧାରରେ ପିଲାଙ୍କୁ ମାର୍କ ଦିଆଯାଇଛି ।