ନୂଆପଡ଼ା, ନୂଆପଡା ଜିଲ୍ଲା ସଦର ମହକୁମା ସ୍ଥିତ ଘାସିରାମ ମାଝୀ ଧର୍ମଶାଳା ଠାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସଭାପତି ଖାମ ସିଂ ମାଝୀଙ୍କ ଅଧକ୍ଷତାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଅଛି। ଏହି ଉପଲକ୍ଷେ ନୂତନ ରୂପେ ଯୋଗ ଦେଇଥିବା ଜିଲ୍ଲାପାଳ ହେମକାନ୍ତ ସାଏଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବା ସହ ଜଣେ ଆଦିବାସୀଙ୍କୁ ଭାରତର ସର୍ବୋଚ୍ଚ ସମ୍ମାନ ଦେବା ପାଇଁ ନୂଆପଡା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ସାଧୁବାଦ ଜଣାଇଛନ୍ତି। ମାନନୀୟା ଦ୍ରୌପଦୀ ମୁର୍ମୁ ଦେଶର ସମସ୍ତ ଆଦିବାସୀ ଭାଇ ଓ ଭଉଣୀଙ୍କ ପ୍ରତିନିଧିତ୍ବ କରିବା ସହ ସେ ଜଣେ ନିର୍ଭୀକ, ସଚ୍ଚୋଟ ଏବଂ ସଂଗ୍ରାମୀ ମହିଳା ଅଟନ୍ତି। ସେ ବିପତ୍ତି ଆସିଲେ ମଧ୍ୟ ଭାଙ୍ଗି ନଥିଲେ। ନିଜ ଦଳର ଦାୟିତ୍ବରେ ଆଗେଇ ଚାଲି ଚାଲି ଜଣେ କର୍ମଠ ମହିଳାର ପରିଚୟ ଦେଇଥିଲେ। ତାଙ୍କର ଏହି କର୍ମଠ କାରଣରୁ ଆଜି ତାଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ମିଳିପାରିଛି।
ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମ୍ପାଦକ ବାଳକୃଷ୍ଣ ଶବର, ସମ୍ମାନିତ ଅତିଥି ରୂପେ ଜୟରାମ ଶବର, ଉପଦେଷ୍ଟା ଜୟନନ୍ଦ ମାଝୀ, ଯଜ୍ଞାସିନୀ ମାଝୀ, ଖଡ଼ିଆଳ ସଭାପତି କାର୍ତ୍ତିକେଶ୍ଵର ମାଝୀ ସମେତ ଶତାଧିକ ନେତୃମଣ୍ଡଳୀ ଯୋଗ ଦେଇଥିଲେ।