ମାଲକାନଗିରି, ମାଲକାନଗିରି ଜିଲ୍ଲା ମାଥିଲି ଠାରେ ଥିବା ଉତ୍କଳମଣି ଗୋପବନ୍ଧୁ ମହାବିଦ୍ୟାଳୟ ପ୍ରାଙ୍ଗଣରେ ଡଃ. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ୧୨୧ ତମ ଜନ୍ମ ମହୋତ୍ସବ ଏବଂ ସ୍ବାଧୀନତାର ୭୫ ତମ ଅମୃତ ମହୋତ୍ସବ ଉପଲକ୍ଷେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ନେହୁରୁ ଯୁବକେନ୍ଦ୍ର ମାଲକାନଗିରି ଏବଂ ଯୁବ ରେଡ଼କ୍ରସ ମାଲକାନଗିରିର ମିଳିତ ତତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା । ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ଓ କର୍ମକର୍ତ୍ତାମାନେ ୨୫ ୟୁନିଟରୁ ଉର୍ଦ୍ଧ୍ବ ରକ୍ତଦାନ କରିଥିଲେ । ଉକ୍ତ ଉତ୍ସବକୁ ଆନୁଷ୍ଠାନିକ ଭାବେ କେନ୍ଦ୍ର ସଂଖ୍ୟାଲଘୁ ରାଷ୍ଟ୍ର ମନ୍ତ୍ରୀ ଜନ ବାର୍ଲ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନବରଙ୍ଗପୁର ପୂର୍ବତନ ସାଂସଦ ପର୍ଶୁରାମ ମାଝୀ ଏବଂ ବଳଭଦ୍ର ମାଝୀ ଯୋଗ ଦେଇଥିଲେ । ନେହେରୁ ଯୁବକେନ୍ଦ୍ରର ମୁଖ୍ୟ ଜିଲ୍ଲା ଯୁବ ଅଧିକାରୀ ହରିଶ ରୁପାଲ ଯୁବ ରେଡ଼କ୍ରସର ଜିଲ୍ଲା ସଂଯୋଜକ ଡଃ. ରଞ୍ଜନ କୁମାର ସ୍ବାଇଁ ଭାରତ ସରକାରଙ୍କ ଦ୍ବାରା ନିଯୁକ୍ତି କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀଙ୍କ ଦ୍ବାରା ମନୋନୀତ ପ୍ରତିନିଧି ତୁଷାର କୁମାର ମହାପାତ୍ର, ହରିଶ ପରିଡା ଏବଂ ଯୁକ୍ତ ୨ ଅଧ୍ୟକ୍ଷ ସୁବ୍ରତ କୁମାର ଭଦ୍ର ଓ ଯୁକ୍ତ ୩ ଅଧକ୍ଷା ନୀଳିମା ମହାନ୍ତି ଦୁଇ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ର ଛାତ୍ରୀ, ନେହେରୁ ଯୁବକେନ୍ଦ୍ରର କର୍ମଚାରୀ ସନ୍ତୋଷ କୁମାର ପାତ୍ର, କେ. ରୋଲାକ୍ସି ଓ ଶଙ୍କର ମାଝୀ ଯୋଗ ଦେଇଥିଲେ ।
ରକ୍ତ ଦାନ ପୂର୍ବରୁ ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ସଭାପତିତ୍ଵ କରିଥିଲେ ଡଃ. ରଞ୍ଜନ ସ୍ବାଇଁ । ଏଥିରେ ଶ୍ୟାମପ୍ରସାଦ ମୁଖାର୍ଜି ଏବଂ ସାର ଜିନ ହେନେରୀ ଦୂନାଣ୍ଟଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ସହିତ ପ୍ରଦୀପ ପ୍ରଜ୍ବଳନ କରିଥିଲେ । ଏହି ସଭାରେ ୩୦୦ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀଙ୍କୁ ରକ୍ତଦାନ ବିଷୟରେ ଆଲୋକପାତ କରିଥିଲେ । ଉକ୍ତ ସଭାରେ ମୁଖ୍ୟ ଅତିଥିଙ୍କୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଭଦ୍ର ଓ ହରି ଶ୍ରୀପାଳ ଏବଂ ଡଃ. ସ୍ବାଇଁ ଉତ୍ତରୀୟ ଦେଇ ସମ୍ବୋଧିତ କରିଥିଲେ ।
ଆଜିର ଦିବସରେ ରକ୍ତଦାନ କରିଥିବା ଛାତ୍ର ଛାତ୍ରୀ ମାନେ ହେଲେ ପ୍ରିୟଙ୍କା ମହାରଣା, ତୁଲାରାମ ଫଟକା, ଭଗବାନ ନାୟକ, ଅଶୋକ କୁମାର ବୈଦ୍ୟ, ପ୍ରଭାତ କୁମାର ଓଝା, ଆର. ଉଦୟାଶାଙ୍କର, ତୁଷାର ମହାପାତ୍ର, ସନ୍ତୋଷ ପାତ୍ର, ଟୁନା ନାୟକ, ଲୋକନାଥ ମାଡକାମୀ, ଲକ୍ଷ୍ମଣ ବାକାଙ୍କ ସମେତ ବହୁ ବିଦ୍ୟାର୍ଥୀ ରକ୍ତ ଦାନ କରିଥିଲେ । ରକ୍ତଦାତାଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । ପରିଶେଷରେ ମହାବିଦ୍ୟାଳୟର ବରିଷ୍ଠ ଓଡ଼ିଆ ଅଧ୍ୟାପକ ପ୍ରଦୀପ୍ତ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।