-
ଅନ୍ତର୍ନିହିତ ପ୍ରତିଭାର ପ୍ରକାଶ ଓ ବିକାଶ ନିମନ୍ତେ ଅନୁକୂଳ ପରିବେଶ ନିର୍ମାଣ ଆମର ଲକ୍ଷ୍ୟ : ମନ୍ତ୍ରୀ
ଭୁବନେଶ୍ୱର – ଶୈଶବର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଉପାଦାନ ହେଉଛି ଶିଶୁର ଶାରୀରିକ, ମାନସିକ ତଥା ସୃଜନାତ୍ମକ ବିକାଶ । ପ୍ରତ୍ୟେକ ଶିଶୁ ନିକଟରେ କିଛି ନା କିଛି ଅନ୍ତର୍ନିହିତ ପ୍ରତିଭା ଏବଂ ଦକ୍ଷତା ଲୁଚି ରହିଛି । ଏହି ପ୍ରତିଭାର ପ୍ରକାଶ ଓ ବିକାଶ ନିମନ୍ତେ ଅନୁକୂଳ ପରିବେଶ ନିର୍ମାଣ ଦିଗରେ “ମହକ’ ଏକ ସଫଳ ପ୍ରୟାସ ବୋଲି ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ମତପ୍ରକାଶ କରିଛନ୍ତି ।
ଗୁରୁବାର ପୂର୍ବାହ୍ନରେ ସ୍ଥାନୀୟ ଜୟଦେବ ଭବନଠାରେ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି ଦ୍ୱାରା ଆୟୋଜିତ
ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ “ମହକ-୨୦୧୯’କୁ ଉଦ୍ଘାଟନ କରି ମନ୍ତ୍ରୀ ଶ୍ରୀମତୀ ସାହୁ କହିଲେ, ନାନା ସାମାଜିକ ଏବଂ ପାରିପାଶ୍ୱିର୍କ କାରଣରୁ ପରିବାରଠାରୁ ଦୂରେଇ ଯାଉଥିବା ଶିଶୁମାନଙ୍କ ଉପଯୁକ୍ତ ଶିକ୍ଷା, ସ୍ୱାସ୍ଥ୍ୟସେବା, ସୁରକ୍ଷିତ ଶୈଶବକୁ ସୁନିଶ୍ଚିତ କରିବା ଦିଗରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ
ଅଧୀନରେ ସମଗ୍ର ରାଜ୍ୟରେ ୨୪୮ଟି ଶିଶୁ ଯତ୍ନ ଅନୁÂାନ କାର୍ଯ୍ୟ କରୁଛି । ଏହି ଅନୁÂାନଗୁଡ଼ିକରେ ପ୍ରାୟ ୧୦ ହଜାରରୁ ଊଦ୍ଧ୍ୱର୍ ଅନ୍ତେବାସୀଙ୍କ ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶ ସହ ସେମାନଙ୍କୁ ଉପଯୁକ୍ତ ପୋଷଣ ଏବଂ ଥଇଥାନ ପାଇଁ ରାଜ୍ୟ ସରକାର ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି । ଏହି ଅନୁÂାନର ଛାତ୍ରଛାତ୍ରୀମାନେ ଅତ୍ୟନ୍ତ ପ୍ରତିଭାସଂପନ୍ନ । ସେମାନଙ୍କର ସୃଜନାତ୍ମକ ବିକାଶ ନିମନ୍ତେ ପ୍ରତ୍ୟେକ ବର୍ଷ ଆୟୋଜିତ “ମହକ’ ଶିଶୁମାନଙ୍କ ଅନ୍ତର୍ନିହିତ ପ୍ରତିଭାକୁ ଲୋକଲୋଚନକୁ ଆଣିବାରେ ସଫଳ ହୋଇଛି ।
ଅନ୍ୟମାନଙ୍କ ମଧ୍ୟରେ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଥିଲେ-ଶିଶୁମାନେ ହେଉଛନ୍ତି ଈଶ୍ୱରଙ୍କର ସୁନ୍ଦର ସୃଷ୍ଟି । ସେମାନଙ୍କୁ ମଣିଷ କରିବା ପାଇଁ ବ୍ୟବସ୍ଥାରେ ଅନେକ ପରିବର୍ତନ ହୋଇଛି । ଅନ୍ୟତମ ସମ୍ମାନିତ ଅତିଥି, ବିଭାଗର ଉପଦେଷ୍ଟା ଶ୍ରୀମତୀ ସୁଲତା ଦେଓ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ମହେଶ୍ୱର ଅଗସ୍ତୀ ଶିଶୁମାନଙ୍କୁ ଶୁଭକାମନା ଜଣାଇବା ସହିତ ପ୍ରତ୍ୟେକ କ୍ଷେତ୍ରରେ ସେମାନଙ୍କ ବିକାଶ ହେବା ଆବଶ୍ୟକ ବୋଲି ମତପୋଷଣ
କରିଥିଲେ ।
ଏଠାରେ ସୂଚନାଯୋଗ୍ୟ ଯେ ଶିଶୁ ଯତ୍ନ ଅନୁÂାନର ଅନ୍ତେବାସୀମାନଙ୍କର ପ୍ରତିଭାର ବିକାଶ ଓ ସମ୍ବର୍ଦ୍ଧନା ପାଇଁ ତ୍ରିସ୍ତରୀୟ ପ୍ରତିଯୋଗିତାର ଆୟୋଜନ ହୋଇଥିଲା । ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟର ୩୦ଟି ଜିଲ୍ଲାରେ ଆୟୋଜିତ “ମହକ’ ଉତ୍ସବରେ ଶିଶୁମାନେ କଣ୍ଠସଂଗୀତ, କଳା ପ୍ରତିଭା ପ୍ରଦର୍ଶନ ଓ ଦଳଗତ ନୃତ୍ୟ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଜିଲ୍ଲାସ୍ତରୀୟ ଉତ୍ସବର ବିଜେତାମାନେ କଟକ, ସମ୍ବଲପୁର ଓ ବ୍ରହ୍ମପୁରଠାରେ ଆୟୋଜିତ ଜୋନ୍ସ୍ତରୀୟ ମହକ ଉତ୍ସବରେ ଭାଗ ନେଇଥିଲେ ଏବଂ ଜୋନ୍ ସ୍ତରୀୟ ବିଜେତାମାନେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଉକ୍ତ ଉତ୍ସବରେ ଦଳଗତ ନୃତ୍ୟ ପ୍ରତିଯୋଗିତାରେ କନ୍ଧମାଳ ଜିଲ୍ଲା ବନବାସୀ ସେବା ସମିତିର ଶିଶୁମାନେ ବିଜୟୀ ହୋଇଥିବାବେଳେ ପୁରୀ ଜିଲ୍ଲା ନୀଳାଚଳ ସେବା ପ୍ରତିÂାନର ଶିଶୁ ଦଳ ଦ୍ୱିତୀୟ ସ୍ଥାନ ହାସଲ କରିଥିଲେ ।
ଏକକ କଣ୍ଠ ସଂଗୀତ ପ୍ରତିଯୋଗିତାରେ କନିÂ ବର୍ଗରେ କଳାହାଣ୍ଡି, ବାଲେଶ୍ୱର, କନ୍ଧମାଳ ଏବଂ ବରିÂ ବର୍ଗରେ
ଯାଜପୁର, କନ୍ଧମାଳ ଓ ବରଗଡ଼ (ଯୁଗ୍ମ), ଖୋର୍ଦ୍ଧା ଜିଲ୍ଲାର ଶିଶୁମାନେ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରି ପୁରସ୍କୃତ ହୋଇଥିଲେ । ସେହିପରି ଟ୍ୟାଲେଂଟ ହଂଟ ପ୍ରତିଯୋଗିତାରେ କନିÂ ବର୍ଗରେ ବଲାଙ୍ଗୀର, ବାଲେଶ୍ୱର, କେନ୍ଦ୍ରାପଡ଼ା ଏବଂ ବରିÂ ବର୍ଗରେ ଭଦ୍ରକ, ବାଲେଶ୍ୱର, କଳାହାଣ୍ଡି ଜିଲ୍ଲାର ଶିଶୁମାନେ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରି ପୁରସ୍କୃତ ହୋଇଥିଲେ ।
ପରେ ପରେ ପୁରସ୍କୃତ ଶିଶୁମାନଙ୍କର ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ ହୋଇଥିଲା, ଯାହାକି ଉପସ୍ଥିତ ଦର୍ଶକଙ୍କୁ ଅଭିଭୂତ କରିଥିଲା । ସମ୍ବଲପୁରର ଶିଶୁଙ୍କ ଲୋକନୃତ୍ୟ, କଳାହାଣ୍ଡିର ଦୃଷ୍ଟିବାଧିତ ଶିଶୁକନ୍ୟାଙ୍କର କଣ୍ଠସଂଗୀତ, ବଲାଙ୍ଗୀରର ଶିଶୁଙ୍କ ଦ୍ୱାରା ଅଦ୍ଭୂତ ଯୋଗକଳା ପ୍ରଦର୍ଶନ ଓ କନ୍ଧମାଳର ଶିଶୁମାନଙ୍କ ଦ୍ୱାରା ଶିଶୁକନ୍ୟାଙ୍କ ସୁରକ୍ଷା ସଂପର୍କିତ ନୃତ୍ୟାଭିନୟ ଦର୍ଶକଙ୍କୁ ବାନ୍ଧି ରଖିପାରିଥିଲା ।
ଏହି କାର୍ଯ୍ୟକ୍ରମରେ ଶିଶୁ ଅଧିକାର ସୁରକ୍ଷା ଆୟୋଗର ସମସ୍ତ ସଦସ୍ୟା, ଶିଶୁ ସୁରକ୍ଷା ସମିତିର କାର୍ଯ୍ୟକର୍ତା, ରାଜ୍ୟର ବିଭିନ୍ନ ଅଂଚଳରୁ ଆସିଥିବା ଶିଶୁ ଯତ୍ନ ଅନୁÂାନର ଅନ୍ତେବାସୀ, ୟୁନିସେଫ୍ର ପ୍ରତିନିଧିଙ୍କ ସମେତ ବିଭିନ୍ନ ପ୍ରାକ୍ ବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗଦେଇଥିଲେ ।